www.samajalive.in
Monday, December 15, 2025
16.1 C
Bhubaneswar

ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ଚାପ ମୁକ୍ତ ଶିକ୍ଷା ଦେବେ ଜିଲାପାଳ

ନବରଙ୍ଗପୁର:ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ଅଧ୍ୟକ୍ଷ ତଥା ଜିଲାପାଳ.କମଳଲୋଚନ ମିଶ୍ର ସଭାପତିତ୍ବ କରିଥିଲେ। କମିଟି ସଦସ୍ୟ ସଚିବ ତଥା ବିଦ୍ୟାଳୟର ଅଧ୍ୟକ୍ଷ (ଭାରପ୍ରାପ୍ତ)କେ.କୁରନ ବିଦ୍ୟାଳୟର ବିବରଣୀ ଉପସ୍ଥାପନ କରିଥିଲେ। ପ୍ରଥମତଃ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ଜିଲାପାଳ ଆବଶ୍ୟକତା ଅନୁସାରେ ଆଉ ଦୁଇଟି ଶ୍ରେଣୀ ବଢାଇବା ଲାଗି ଜିଲାପାଳ ଉପରିସ୍ଥ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ। ଦ୍ବିତୀୟତଃ ଦ୍ବାଦଶ ଶ୍ରେଣୀର ପ୍ରଥମ ବର୍ଷରେ ୪୦ (ବିଜ୍ଞାନ) ସିଟ ସଂଖ୍ୟା ବଢାଯାଇ ୮୦ ସିଟ କରିବା ପାଇଁ ପ୍ରସ୍ତାଵ ଗ୍ରହଣ କରାଯାଇଥିଲା।

ସେହିପରି ଦ୍ବାଦଶ ଶ୍ରେଣୀର ପ୍ରଥମ ବର୍ଷରେ ବାଣିଜ୍ୟ ବିଭାଗରେ ୪୦ଟି ସିଟ ଛାତ୍ରଛାତ୍ରୀଙ୍କ ନୂତନ ଭାବେ ନାମ ଲେଖା ପାଇଁ ତୁରନ୍ତ ସୀକୃତି ପ୍ରଦାନ ପାଇଁ ଆବେଦନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଜିଲାପାଳ ନିଜେ ପ୍ରତି ମାସରେ ଥରେ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ଚାପ ମୁକ୍ତ ଶିକ୍ଷା ଉପରେ ଆଧାରିତ ସମସ୍ତ ତଥ୍ୟର ଅବଗତି ନିମନ୍ତେ ଶିକ୍ଷା ଦେବା ପାଇଁ ସୀକୃତୀ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ବିଦ୍ୟାଳୟର ଦୁଇଟି ବେଣ୍ଡବାଜା ଗୃପ ତିଆରି ସହିତ ତାଙ୍କର ଆବଶ୍ୟକୀୟ ସରଞ୍ଜାମ ଯନ୍ତ୍ରପାତି ଯୋଗାଇ ଦେବାକୁ ଜିଲାପାଳ ନିଦ୍ଦେର୍ଶ ଦେଇଥିଲେ। ଏହାପରେ ବିଦ୍ୟାଳୟରେ ବିଦ୍ୟୁତ ଯୋଗାଣରେ ସବୁ ସମୟରେ ଅସୁବିଧା ହେତୁ ଡିଜେଲ ଜେନେରେଟର ର ଆବଶ୍ୟକତା ରହିଥିବା ଅଧକ୍ଷ କୁରନ ଜିଲାପାଳ ଅବଗତ କରାଇଥିଲେ। ପ୍ରତି କ୍ଲାସରେ ସିସିଟିଭି କ୍ୟାମେରାର ଆବଶ୍ୟକତା ଅନୁଭବ ହେଉଥିବା କଥା ଜଣାଇଥିଲେ। ଏହାସହ ଷ୍ଟାଫ୍ ଆବାସସ୍ଥଳୀର ସଫାସୁତୁରା ଉପରେ ଆଲୋଚନା କରାଯାଇ ଆଗାମୀ ଦିନରେ ପୌରପାଳିକା ନବରଙ୍ଗପୁରକୁ ଜଣାଇବାକୁ ଜିଲାପାଳ ନିଦ୍ଦେର୍ଶ ଦେଇଥିଲେ। ଆଗାମୀ ଦିନରେ ଅଭିଭାବକ ରହଣି ସ୍ଥଳ ତୁରନ୍ତ କାର୍ୟ୍ୟକାରୀ ହେବାକୁ ଯାଉଥିବା କଥା ଜିଲ।ପାଳ ପ୍ରକାଶ କରିଛନ୍ତି।

- Advertisement -

ବୈଠକ ଶେଷରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ମିନାକ୍ଷୀ ବର୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ପରିଚାଳନା କମିଟିର ସଦସ୍ୟ ତଥା ଅତିରିକ୍ତ ଜିଲ।ପାଳ ଭାସ୍କର ରଇତ, ବରିଷ୍ଠ ଶିକ୍ଷାବିତ୍ ସଦସ୍ୟ ଭାବେ ନବରଙ୍ଗପୁର କଲେଜର ଅଧ୍ୟକ୍ଷଭାସ୍କରନାଥ ବିଶ୍ବାଳ ଓ ଏକଲବ୍ୟ ମଡେଲ ବିଦ୍ୟାଳୟର ଅଧ୍ୟକ୍ଷ ଅଜିତ ରଞ୍ଜନ ମାଳି, ଅଭିଭାବକ ପ୍ରତିନିଧି ସଦସ୍ୟ ଭାବେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ପ୍ରଭାତୀ ବିଷୋୟୀ ଓ ଶିକ୍ଷକ ପ୍ରତିନିଧି ଯୋଗେଶ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories