www.samajalive.in
Sunday, December 14, 2025
26.1 C
Bhubaneswar

ଖେଳ ଶିକ୍ଷକ ପଢ଼ାଉଛନ୍ତି ଗଣିତ

ବେଗୁନିଆ: ସ୍ୱାଧୀନତା ପୂର୍ବରୁ ଖୋର୍ଦ୍ଧା ଜିଲା ବେଗୁନିଆରେ ଥିବା ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ବହୁ ସମସ୍ୟା ଭିତରେ ଗତି କରୁଛି। ବିଦ୍ୟାଳୟରେ ଗଣିତ ଶିକ୍ଷକ ନଥିବାରୁ ଖେଳ ଶିକ୍ଷକଙ୍କୁ ଗଣିତ ପଢ଼ାଇବାପାଇଁ ଦିଆଯାଇଛି। ଫଳରେ ଗତ ମେଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ଗଣିତରେ ବହୁତ କମ ନମ୍ବର ରଖିଥିବାର ଅଭିବାବକମାନେ ଅଭିଯୋଗ କରିଛନ୍ତି। ସରକାର ଏହି ବିଦ୍ୟାଳୟକୁ ୫ଟିରେ ଅନ୍ତର୍ଭୁକ୍ତ କରି ସ୍ମାର୍ଟ ସ୍କୁଲରେ ପରିଣତ କରିଛନ୍ତି। ସ୍ମାର୍ଟ ସ୍କୁଲ ହେବା ପରେ ସମସ୍ୟା ସୁଧୁରିବ ବୋଲି ଆଶା କରାଯାଉଥିଲା, କିନ୍ତୁ ତାହା କୁମ୍ଭୀର କାନ୍ଦଣା ସଦୃଶ ହୋଇଛି।
ଖୋର୍ଦ୍ଧା ଜିଲା ବେଗୁନିଆରେ ଥିବା ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ ୧୯୪୪ ମସିହାରେ ସ୍ଥାପିତ ହୋଇଥିଲା। ବିଦ୍ୟାଳୟର ଦକ୍ଷିଣ ପଟ ପାଚେରୀ ଉଚ୍ଚତା କମ ଥିବାରୁ ବିଦ୍ୟାଳୟଟି ଅସାମାଜିକ ବ୍ୟକ୍ତିମାନଙ୍କ ଆଡ୍ଡାସ୍ଥଳୀ ପାଲଟିଛି Iରାତିରେ ନିଶାଡିମାନେ ପାଚେରୀ ଡେଇଁ ବିଦ୍ୟାଳୟ ପରିସରରେ ନିଶା ସେବନ କରି ପରିବେଶକୁ ନଷ୍ଟ କରୁଛନ୍ତି।
ବିଦ୍ୟାଳୟରେ ଦୁଇଟି ପିସିଏମ୍ ଶିକ୍ଷକ ପଦବୀ ଖାଲି ପଡ଼ିଛି। ଟିଜିଟି ଆର୍ଟସ ଗୋଟିଏ ପଦବୀଖାଲି ପଡିଥିବାବେଳେ୫ ବର୍ଷ ହେଲା ପିଅନ ପଦବୀ ଖାଲି ପଡ଼ିଛି। ବିଦ୍ୟାଳୟରେ କାର୍ଯ୍ୟରତ କିରାଣୀଙ୍କୁ ୨ ବର୍ଷ ହେଲା ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡେପୁଟେସନରେ ନିଆଯାଇଥିବାବେଳେ ଏଠାରେ କିରାଣୀ ପଦବୀ ଖାଲି ପଡ଼ିଛି। ବିଦ୍ୟାଳୟରେ ୩୯୩ଜଣ ଛାତ୍ରଛାତ୍ରୀ ୬ଷ୍ଠ ରୁ ୧୦ମ ଶ୍ରେଣୀରେ ପଢୁଥିବାବେଳେ କିରାଣୀ ନଥିବାରୁ କାର୍ଯ୍ୟ କରିବା କ୍ଷେତ୍ରରେ ବହୁ ଅସୁବିଧା ଦେଖା ଦେଉଛି। କିରାଣୀ ବଦଳରେ ଶିକ୍ଷକ ମାନେ ଅଫିସ କାର୍ଯ୍ୟ କରୁଥିବା ଯୋଗୁଁ ଶିକ୍ଷାଦାନ ବ୍ୟାହତ ହେଉଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories