ସାନ୍ତରାପୁର ଲକ୍ଷ୍ମୀପୂଜା ଉତ୍ସବରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ପାଟଣା : ଢେଙ୍କିକୋଟ ନିକଟସ୍ଥ ସାନ୍ତରାପୁର ଲକ୍ଷ୍ମୀପୂଜା କମିଟି ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ଏବଂ ବରେଣ୍ୟ ଅତିଥି ଭାବେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍, ଜିଲ୍ଲା ଯୁବ ବିଜେଡି ଉପ ସଭାପତି ଏସ. କେ ଇମରାନ, ଜିଲ୍ଲା ପରିଷଦ ସଦସ୍ୟ ରଣଜିତ କୁମାର ନାୟକ, ସାନ୍ତରାପୁର ସରପଞ୍ଚ ବବିତା ସିଂହ ଓ ସମିତି ସଭ୍ୟା ପାର୍ବତୀ ଦଳେଇ ପ୍ରମୁଖ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ତାଙ୍କ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ରାଜ୍ୟରେ ମହିଳା ମାନଙ୍କର ପ୍ରତ୍ୟେକ କ୍ଷେତ୍ରରେ ପ୍ରାଧାନ୍ୟ ବୃଦ୍ଧି ପାଇଛି ବୋଲି ମତ ବ୍ୟକ୍ତ କରିଥିଲେ। ଏହି ସଭାରେ ଲକ୍ଷ୍ମୀ ପୂଜା କମିଟିର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ମାନନୀୟା ମନ୍ତ୍ରୀ ଓ ବିଧାୟକଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେହିପରି କାର୍ଯ୍ୟକ୍ରମରେ ଅତିଥିବୃନ୍ଦଙ୍କ ଦ୍ଵାରା ବୟୋଜ୍ୟେଷ୍ଠ କମିଟି ମେମ୍ବର ମାନଙ୍କୁ ସମ୍ମାନିତ କରାଯାଇଥିଲା।
prayash
kalyan agarbati

Comments are closed.