୧୦ରୁ ଓଟିଇଟି ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ
କଟକ: ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି) ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆସନ୍ତା ୧୦ ତାରିଖ ଠାରୁ ଫର୍ମପୂରଣ ପ୍ରକ୍ରିୟା ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି। ଏଥିରେ ଦୁଇଟି ପେପରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ। ପେପର-୧ ନିମନ୍ତେ ୧୫ ମାର୍କ ରହିଥିବାବେଳେ ପେପର-୨ରେ ୯୦ ମାର୍କ ରହିଛି।
ପରୀକ୍ଷାର୍ଥୀମାନେ ଏହି ପେପରଗୁଡିକରେ ଥିବା ବିଷୟରେ ପରୀକ୍ଷା ଦେବେ ବାଧ୍ୟତାମୂଳକ। ସେହିଭଳି ୬୦ ମାର୍କ ବିଶିଷ୍ଟ ଅପସନାଲ ପେପର ମଧ୍ୟ ରହିଛି। ଏଥିରେ ପରୀକ୍ଷାର୍ଥୀମାନେ ଗଣିତ ଓ ବିଜ୍ଞାନ କିମ୍ବା ସୋସିଆଲ ଷ୍ଟଡିଜ ବିଷୟରେ ପରୀକ୍ଷା ଦେଇପାରିବେ। ଏଥିରେ ବହୁ ବିକଳ୍ପ ପ୍ରଶ୍ନଉତ୍ତର (ଏମସିକ୍ୟୁ) ପଦ୍ଧତିରେ ପ୍ରଶ୍ନପତ୍ର ରହିବ। ଏନେଇ ବୋର୍ଡ ୱେବସାଇଟରେ ପରୀକ୍ଷା ସମ୍ପର୍କିତ ସିଲାବସ ଏବଂ ପଦ୍ଧତି ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ସୂଚନା ମିଳିଛି।
Comments are closed.