୩ ଦିନ ପରେ ଶାଶୁଘରୁ ପାଞ୍ଚ ମାସର ଗର୍ଭବତୀ ବୋହୂର ଶବ ଉଦ୍ଧାର

ହତ୍ୟା ନା ଆତ୍ମହତ୍ୟା?

ରେଙ୍ଗାଲିକ୍ୟାମ୍ପ : ଯୁଗ ବଦଳି ଯାଇଛି ହେଲେ ପରିତାପର ବିଷୟ ଯେ ଆଜି ବି ବଧୂ ନିର୍ଯ୍ୟାତନା ଭଳି କଳଙ୍କିତ ଅମାନବିକ  ଆଚରଣ ମଣିଷ ସମାଜରୁ ଦୂର ହୋଇ ପାରିନି। ଆଜି ବି ଗରିବ ବାପାର ଝିଅ ଶାଶୁଘରେ ନିଜର ମାନ ସମ୍ମାନ ସହ ଅମୂଲ୍ୟ ଜୀବନ  ହରାଉଛି । ଯାହା ଆଜି ଦେଖିବାକୁ ମିଳିଛି  ବରଗଡ଼ ଜିଲ୍ଲା  ଅତାବିରା  ଏନ୍ ଏ ସି  ସ୍ଥିତ ସାପ୍ତାହିକ  ବଜାର ପଛପଟେ ଥିବା ୱାର୍ଡ ନଂ ୧ ରେ । ଏହି ୱାର୍ଡ ରେ ରହୁଥିବା  ଲିପିକା ସାହୁ ( ୩୦) ନାମକ ଜଣେ  ପାଞ୍ଚ ମାସର ଗର୍ଭବତୀ ମହିଳାଙ୍କ ମୃତଦେହ ଶନିବାର ଅତାବିରା ପୁଲିସ  ଉଦ୍ଧାର କରିଛି । ମୃତଦେହଟି ଫୁଲିଯାଇ ଦୁର୍ଗନ୍ଧ ବାହାରିବା ଆରମ୍ଭ ହୋଇଯାଇଥିଲା,ଯେଉଁଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ତିନି ଦିନ ପୂର୍ବରୁ ଲିପିକାଙ୍କ ମୃତ୍ୟୁ ହୋଇଛି ।
prayash
ଘଟଣା ସୂତ୍ରରୁ ଜଣା ପଡ଼ିଛି ମୃତ ଲିପିକାଙ୍କ ବାପଘର ସୁଦୂର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ସମ୍ପାରୁ ଗ୍ରାମରେ। ତିନି ଭାଇରେ ଗୋଟିଏ ଭଉଣୀ। ବାପା  ଗରିବ। ଆଠଗୁଣ୍ଠ ଜମି। ତେଣୁ ଭାଇ ମାନେ ଛୋଟ ମୋଟ ବ୍ୟବସାୟ କରି ପରିବାର ଚଳାଉଛନ୍ତି। ବଡ ଭାଇ ରୋଗୀଣା । ଏମିତି ଏକ ପରିବାରର ଝିଅ  ଲିପିକା ବାହା ହୋଇ ଆସିଥିଲେ ଅତାବିରାର ନରି ସାହୁଙ୍କ  ଦ୍ଵିତୀୟ ପୁଅ ଗଜେନ୍ଦ୍ର ସାହୁଙ୍କୁ । ମୂଳ ବାସିନ୍ଦା ବାଲିପାଟଣା, ବାପ ଘର ଠାରୁ  ୫୦ କିଲୋମିଟର ଦୂର । ବର୍ତ୍ତମାନ  ସ୍ଥିତିରେ ଗଜେନ୍ଦ୍ର ଅତାବିରାର ଜଣେ ବଡ଼ ବ୍ୟବସାୟୀ। ଗରିବ ଘରର ଝିଅ ଧନୀ ଘରର ବୋହୂ  ଥିଲେ ଲିପିକା । କିନ୍ତୁ  ବାହା ହୋଇ ଆସିବା ଦିନଠାରୁ ସେ କେବେ ସୁଖ ପାଇ ନଥିଲେ । ପ୍ରତିଦିନ  ସ୍ବାମୀ,ଶାଶୁ ଆଦି ପରିବାର ବର୍ଗ  ତାଙ୍କୁ ଗରିବ ଘରର ଝିଅ ବୋଲି ବିଭିନ୍ନ କଟୁ  କଥା କହି ଗାଳି ଗୁଲଜ କରୁଥିଲେ  ବୋଲି ଆଖପାଖର ଲୋକେ ପ୍ରକାଶ କରିଛନ୍ତି । ଗତ କାଲି  ଲିପିକାଙ୍କ ଶାଶୁ  ଘର ପକ୍ଷରୁ  ତାଙ୍କ ଭଉଣୀଙ୍କ ହୃଦଘାତ  ହୋଇଛି ତେଣୁ ଶୀଘ୍ର ଆସିବା ପାଇଁ ଲିପିକାଙ୍କ ଭାଇଙ୍କ ପାଖକୁ ଫୋନ ମାଧ୍ୟମରେ ଖବର ଦେଇଥିଲେ। ମଝିଆ ଭାଇ ଯେତେବେଳେ  ତାଙ୍କ  ଭଉଣୀର ଶାଶୁ ଘରକୁ ଆସିଲେ, ଭଉଣୀ ର  ମୃତ ଦେହ ଖଟ ରେ  ପଡ଼ି ରହିଥିଲା। ସେ ଛାତ ଉପରୁ ତଳକୁ ସବୁଠାରେ ଦେଖିଲେ,  କିନ୍ତୁ କେବଳ ଜ୍ବାଇଁ ଗଜେନ୍ଦ୍ରଙ୍କ  ବ୍ୟତୀତ କେହି ନ ଥିଲେ ।  ତାଙ୍କୁ ସେ ଯେତେବେଳେ ପଚାରିଲେ ଘରେ କେହି ନାହାନ୍ତି ସମସ୍ତେ କିଏ କୁଆଡେ ନିଜ ନିଜ ଧନ୍ଦାରେ ଯାଇଛନ୍ତି ଓ ବିଳମ୍ବ ହେଉଛି ଶବ ସତ୍କାର କରିଦେବା ବୋଲି ସ୍ଵାଭାବିକ ଭାବରେ କହିଥିଲେ । ତାଙ୍କ ମନରେ ଟିକିଏ ବି ଚିନ୍ତା ବା ଦୁଃଖ ନଥିବା  ଲିପିକାଙ୍କ ଭାଇ ପ୍ରକାଶ କରିଛନ୍ତି। ପରେ ଜଣେ ଜଣେ ହୋଇ ପରିବାର ଲୋକେ ଆସିଲେ, ଲିପିକାଙ୍କ ଭାଇ  ମୃତ୍ୟୁର କାରଣ ପଚାରିଲେ,  ଗଜେନ୍ଦ୍ର ଓ ତାଙ୍କ ବାପା ମାଁ  ତାଙ୍କୁ ଦୁଇ ଲକ୍ଷ ଟଙ୍କା  ନେଇ ପାଟି ଚୁପ୍ ରଖି  ବାକୁ କହିଥିଲେ। ସମ୍ପର୍କ ଆଗ ପରି ରଖିବା କିନ୍ତୁ କାହାକୁ କିଛି କହିବାର ଦରକାର ନାହିଁ  ବୋଲି କହିଥିଲେ । କିନ୍ତୁ ସେ ନିଶ୍ଚିତ ଭାବରେ ପୁଲିସକୁ ଖବର ଦେବି ବୋଲି କହିଥିଲେ । ଏହାପରେ ତାଙ୍କୁ ସେହି କୋଠରୀରେ ବନ୍ଦ କରି ଅଟକ ରଖିବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେ ସମସ୍ତଙ୍କୁ ଠେଲିଦେଇ ସିଧା  ଛାତ ଉପରକୁ ଦୌଡ଼ି ଯାଇ ବଡ  ଭାଇକୁ ଫୋନ କରିଥିଲେ।  ଯାଜପୁର ଥାନାକୁ ବଡ ଭାଇ ଫୋନ  କରି  ଏହି ଘଟଣା କହିଥିଲେ। ସେଠାରୁ ଅତାବିରା ଥାନାକୁ ଖବର ଆସିଥିଲା । ପରେ ଖବର ପାଇ ଅତାବିରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ଲିପିକାଙ୍କ ଶବ ଗୋଟିଏ  ବିଛଣାରେ ପଡ଼ିଥିଲା । ଶବ ଉପରେ ଧଳା ରଙ୍ଗର ଏକ ଗଦି   ଘୋଡ଼ା ହୋଇଥିଲା। ଗଦିଟିର କିଛି କିଛି ସ୍ଥାନରେ ରକ୍ତ ଲାଗିଥିଲା । ଘୋଡା  ଯାଇଥିବା ଗଦିଟିକୁ ଖୋଲିବାରୁ ଦେଖା ଯାଇଥିଲା ଲିପକାଙ୍କ ଶରୀରରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଥିଲା। ଏଥିରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ବେଶ୍ ସ୍ପଷ୍ଟ ହେଉଛି । ଏହା ପୂର୍ବରୁ ଲିପକା ଅନେକ  ନିର୍ଯାତନା ସହି ଛନ୍ତି। ଏମିତି  ବାହାଘରର ଦଶ ବର୍ଷ  ବିତି ଯାଇଛି । ଇତି ମଧ୍ୟରେ ସାତ ବର୍ଷର ଗୋଟିଏ ପୁଅ ଅଛି ଓ ଦ୍ଵିତୀୟ ଥର ପାଇଁ ସେ ଗର୍ଭବତୀ ଥିଲେ। କିଛି ଦିନ ପୂର୍ବରୁ ଅତ୍ୟଧିକ ନିର୍ଯ୍ୟାତନା ଦେବାରୁ ଲିପିକାଙ୍କ  ବାପ  ଭାଇ ଖବର ପାଇ ଆସି ଭଉଣୀକୁ ସାଙ୍ଗରେ ନେଇଯାଇଥିଲେ । କିନ୍ତୁ  କିଛି ଦିନ ପରେ ଗଜେନ୍ଦ୍ର ଯାଇ ସେଠାରେ ବଡ ବିଶ୍ୱାସ ଦେଖାଇ ଆଉ କେବେ ଗାଲି ଗୁଲଜ କରିବେନି ବୋଲି  ପ୍ରତିଶ୍ରୁତି ଦେଇ ପୁଣି ଲିପିକାଙ୍କୁ ନେଇ ଆସିଥିଲେ। କିଛି ଦିନ ପରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ  ଆଖ ପାଖରେ ବେଶ୍ ଚର୍ଚ୍ଚା ହେଉଛି ତଥା ହତ୍ୟା ଜନିତ ମୃତ୍ୟୁ ବୋଲି ଅଞ୍ଚଳରେ ସନ୍ଦେହ  କରାଯାଉଛି । ପୁଲିସ ତଦନ୍ତ ଜାରି ରଖିଥିବା ଜଣାପଡିଛି ।
kalyan agarbati

Comments are closed.