www.samajalive.in
Sunday, December 7, 2025
26.1 C
Bhubaneswar

ମା’ଙ୍କ ଭସାଣ ବେଳେ ଭାସିଗଲେ ୫୦ରୁ ଊର୍ଦ୍ଧ୍ଵ ଲୋକ, ୮ ମୃତ

କୋଲକାତା: ପଶ୍ଚିମବଙ୍ଗରେ ମା’ ଦୁର୍ଗାଙ୍କ ଭସାଣ ବେଳେ ବଡ଼ ଧରଣର ଅଘଟଣ ଘଟିଛି । ଜଲପାଇଗୁଡ଼ି ମାଲ ନଦୀରେ ମା’ଙ୍କ ମୂର୍ତ୍ତି ବିସର୍ଜନ କରିବା ବେଳେ, ଭାସିଯାଇ ୮ଜଣଙ୍କ ମୃତ୍ୟୁ ହୋଇଛି । ଅନେକ ଲୋକ ଏବେ ବି ନିଖୋଜ ରହିଥିବା ଆଶଙ୍କା କରାଯାଉଛି । ସୂଚନା ଅନୁଯାୟୀ, ବିଜୟାଦଶମୀ ଦିନ ଉତ୍ତର ପଶ୍ଚିମବଙ୍ଗର ଜାଲପାଇଗୁଡ଼ି ଜିଲ୍ଲାର ମାଲ ନଦୀରେ ଜଗତଜନନୀ ମା’ ଦୁର୍ଗାଙ୍କ ଭସାଣ ପାଇଁ କିଛି ​‌ଲୋକ ନଦୀକୁ ଯାଇଥିଲେ ।  ନଦୀରେ ବୁଡ଼ ପକାଇବା ସମୟରେ ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଭାସିଯିବା ଫଳରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା ।

କିଛି ଲୋକ ମଧ୍ୟ ନଦୀର ସ୍ରୋତରେ ନିଖୋଜ ଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଗତକାଲି ସଂଧ୍ୟା ସମୟରେ ଏପରି ଅଘଟଣ ଘଟିଥିବା ବେଳେ, ନଦୀ କୂଳରେ ଶହ ଶହ ଲୋକ ଏକତ୍ରିତ ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରୁ ଉଦ୍ଧରକାରୀ ଦଳ ପ୍ରାୟ ୫୦ଜଣଙ୍କୁ ଉଦ୍ଧାର କରିଥିବା ସୂଚନା ଦେଇଛନ୍ତି । ସେଥିମଧ୍ୟରୁ ୮ଜଣଙ୍କ ମୃତ୍ୟୁ ଘଟିଛି । ଆହୁରି ଅନେକ ଲୋକ ନିଖୋଜ ଥିବାରୁ ସେମାନଙ୍କୁ ଖୋଜାଖୋଜି କରୁଛି ଉଦ୍ଧରକାରୀ ଦଳ  । ବର୍ତ୍ତମାନ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡିଆରଏଫ୍‌, ଏସଡିଆରଏଫ୍‌, ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories