ଭୁତଳ ରାସ୍ତା ନିକଟସ୍ଥ ଛକରେ ପ୍ରତିମୂର୍ତ୍ତୀ ସ୍ଥାପନ ପାଇଁ ରାସ୍ତା ରୋକ, ଚାପା ଉତ୍ତେଜନା

କଣ୍ଟାବାଞ୍ଜି – କଣ୍ଟାବାଞ୍ଜି ସହର ଭୁତଳ ପୋଲ ଦେଇ ସହରକୁ ଯାଇଥିବା ରାସ୍ତାର ଗାନ୍ଧୀ ନଗର ପଡ଼ା କୁ ଯାଇଥିବା ରାସ୍ତା ଛକ ନିକଟରେ ପ୍ରତିମୂର୍ତ୍ତି ବସାଇବା ପାଇଁ ସ୍ତମ୍ଭ ନିର୍ମାଣ କୁ ନେଇ, ଗାନ୍ଧୀ ନଗର ପଡ଼ା ବାସିନ୍ଦା ରାସ୍ତା ରୋକ କରିବାସହ, ଜୟ ଭୀମ, ଜୟ ବାବା ଆମ୍ବେଦକର ସ୍ଲୋଗାନ ଦେଇ ପିକେଟିଙ୍ଗ କରିଛନ୍ତି ।

ସମ୍ବିଧାନ ନିର୍ମାତା ବାବା ଆମ୍ବେଦକର ଛକ ଘୋଷଣା ସହ ପ୍ରତିମୂର୍ତ୍ତି ବସାଇବାକୁ ଜିଦ ଧରି କିଛିସମୟ ପାଇଁ ରାସ୍ତା ରୋକ କରିଥିଲେ । ଖବର ପାଇଁ ପୁଲିସ ଏସ. ଆଇ ପ୍ରଦୀପ କୁମାର ଦୁରିଆ, ମହିଳା ସବ ଇନିସ୍ପେକ୍ଟର ହୀରା ଖାଲକୋ ପୁଲିସ ଫୋର୍ସ ସହ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କରି ମଧ୍ୟ ପଡ଼ା ର ଯୁବକ ମାନେ ଜିଦ ରେ ଅଟଳ ଥିଲେ ।ପରେ ପୁଲିସ ଅଧିକାରୀ ଵିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଫୋନ ଯୋଗେ ଯୋଗା ଯୋଗ କଲାପରେ ପରିଷଦ ତରଫରୁ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ କାର୍ଯ୍ୟାଦେଶ ଠିକାଦାର ଙ୍କୁ ଦିଆଯାଇନାହିଁ ବୋଲି ପୁଲିସ ଅଧିକାରୀ ଏବଂ ପଡବାସୀଙ୍କୁ ଅବଗତ କରିଥିଲେ ।

ଗତ ୨ ଦିନ ହେବ ଏହାର  ନିର୍ମାଣ ସମୟ ରେ ରାସ୍ତା ରେ ଦୁଇଭାଗ ହୋଇ ଦିଭାଇଡ଼ର ନିର୍ମାଣ ହେଉଥିବା ଓ ପରେ ଆଜି ଜୈନ ତେରାପନ୍ଥର ଗୁରୁ ଙ୍କ ପ୍ରତିମୂର୍ତ୍ତି ଲଗାଯିବା ଶୁଣା ଯାଇଥିଲା, ପରେ ଗାନ୍ଧୀନଗର ପଡ଼ା ବାସିନ୍ଦା ଙ୍କ ମଧ୍ୟରେ ସନ୍ଦେହ ଜାତ ହେବା ପରେ ରାସ୍ତା ରୋକ କରିଥିଲେ । ନଗର ପାଳ ବରିୟାମ ସିଂ ସାଲୁଜା ଘଟଣା ସ୍ଥଳରେ ପହଞ୍ଚି ପଡବାସୀଙ୍କ ନିଷ୍ପତି ଅନୁଯାୟୀ ସମ୍ବିଧାନ ନିର୍ମାତା ବାବା ସାହେବ ଆମ୍ବେଦକର ପ୍ରତିମୂର୍ତ୍ତି ବସା ଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।

Comments are closed.