www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ୱାସ୍ଥ୍ୟକେନ୍ଦ୍ରମାନଙ୍କୁ କାୟାକଳ୍ପ ପୁରସ୍କାର ପ୍ରଦାନ

ଯାଜପୁର: ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ କାୟାକଳ୍ପ ପୁରସ୍କାର ଯାଜପୁର ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କୁ ପ୍ରଦାନ କରାଯାଇଛି । ତା ୩୦.୦୯.୨୨ ରିଖରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋର ଏହି ପୁରସ୍କାର ପ୍ରଦାନ କରିଛନ୍ତି । ୨୦୨୧-୨୨ ମସିହାରେ ଯାଜପୁର ଜିଲ୍ଲାର ମୋଟ ୩ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୧୫ଟି ପ୍ରାଥମିକ ସ୍ୱସ୍ଥ୍ୟକେନ୍ଦ୍ର କାୟାକଳ୍ପ ପୁରସ୍କାର ପାଇଁ ନିର୍ଦ୍ଧାରିତ ବାର୍ଷିକ ଆକଳନରେ ଯୋଗ୍ୟ ବିବେଚିତ ହୋଇଥିଲେ ।

ଏଥିପାଇଁ ଯୋଗ୍ୟ ବିବେଚିତ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିର୍ଦ୍ଧାରିତ ଅର୍ଥରାଶି ଓ ମାନପତ୍ର ଦେଇ ଜିଲ୍ଲାପାଳ ଶ୍ରୀ ରାଠୋର ପୁରସ୍କୃତ କରିଥିଲେ । ମୋଟ ୧୨ଟି ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ଧର୍ମଶାଳା, ଯାଜପୁର ରୋଡ ଓ ଦାନଗଦିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏହି କାୟାକଳ୍ପ ପୁରସ୍କାର ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ମୋଟ ୬୨ଟି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟରୁ ୧୫ଟି ଏହି ପୁରସ୍କାର ପାଇଁ ମନୋନିତ ହୋଇଥିବା ବେଳେ ରସୁଲପୁର ବ୍ଲକର ସିଂହାପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସର୍ବୋଚ୍ଚ ସ୍ଲୋର ରଖି ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏହି ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲାପାଳ ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ମାନଙ୍କୁ କାୟାକଳ୍ପରେ ଥିବା ବିଭିନ୍ନ ମାନଦଣ୍ଡରେ ଉନ୍ନତି ଆଣିବାକୁ ଉତ୍ସାହିତ କରିବା ସହ ଜିଲ୍ଲା ପ୍ରଶାସନର ସଂପୂର୍ଣ୍ଣ ସହଯୋଗ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

- Advertisement -

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ  ମଧ୍ୟରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଶିବାଶିଷ ମହାରଣା, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ସୁଧାଂଶୁ ଶେଖର ବଳ, ଗୁଣବତ୍ତା ସହକାରୀ ମ୍ୟାନେଜର ଲୋପାମୁଦ୍ରା ଦାସ ମହାପାତ୍ର, ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ ୟୁନିଟର ମ୍ୟାନେଜର ମହମ୍ମଦ ଜେ ଆଲାମ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରି ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories