www.samajalive.in
Monday, December 15, 2025
16.1 C
Bhubaneswar

‘ସୁନ୍ଦରୀ’ ଆକ୍ରମଣ : ମୃତକ ପରିବାରକୁ ୪ଲକ୍ଷର ସହାୟତା ଘୋଷଣା

ଭୁବନେଶ୍ୱର :ସାତକୋଶିଆରେ ବାଘ ବଂଶ ବୃଦ୍ଧି କରିବାପାଇଁ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଉଦ୍ୟମ ଏବେ ଫସରଫାଟିବାକୁ ଯାଉଛି। ଜୁନ୍‍ରେ ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ‘କାହ୍ନା’ ପାଇଁ ବିଭାଗର ମୁଣ୍ଡ ଯେତିକି ବିନ୍ଧା ହେଉନାହିଁ ତା’ଠାରୁ ଢ଼େରଗୁଣରେ ବାଘୁଣୀ ‘ସୁନ୍ଦରୀ’ପାଇଁ ହେଉଛି। କିଛିଦିନ ପୂର୍ବରୁ ଜଣେ ମହିଳାକୁ ହତ୍ୟା କରିଥିବାନେଇ ସୁନ୍ଦରୀ ନାଁରେ ଅଭିଯୋଗ ହେବା ସହିତ ସ୍ଥାନୀୟ ଅଞ୍ଚଳରେ ଜନଆନ୍ଦୋଳନ ଦେଖାଦେଇଥିବାବେଳେ ରବିବାର ପୁଣି ଜଣେ ଯୁବକଙ୍କୁ ସୁନ୍ଦରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏହାକୁ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବାଘୁଣୀ ସୁନ୍ଦରୀକୁ ଧରିବାପାଇଁ ଏକ ଟିମ୍‍ ଗଠନ କରାଯାଇଛି। ଉକ୍ତ ଟିମ୍‍ ଖୁବ୍‍ଶୀଘ୍ର ସୁନ୍ଦରୀକୁ ଟ୍ରାନ୍‍କ୍ୟୁଲାଇଜର କରିବେ ବୋଲି ପିସିସିଏଫ୍‍ ସନ୍ଦୀପ ତ୍ରିପାଠୀ ସୂଚନା ଦେଇଛନ୍ତି।
ଶ୍ରୀ ତ୍ରିପାଠୀଙ୍କ ସୂଚନା ଅନୁଯାୟୀ ଆହତ ତ୍ରିନାଥ ସାହୁଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଯୋଗାଇ ଦେବାପାଇଁ ଅନୁମୋଦନ ହୋଇଛି। ଏହାସହିତ ସୁନ୍ଦରୀକୁ ଟ୍ରାନ୍‍କ୍ୟୁଲାଇଜର କରାଯିବା ପରେ ଉକ୍ତ ଘଟଣାର ଯାଞ୍ଚ କରାଯିବ। ଏନେଇ ଭାରତ ସରକାରଙ୍କ ଜାତୀୟ ବାଘ ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‍ଟିସିଏ) ଏବଂ ଡେରାଡୁନ୍‍ସ୍ଥିତ ବନ୍ୟପ୍ରାଣୀ ସଂସ୍ଥାନ (ଡବ୍ଲୁଆଇଆଇ)ର ଟିମ୍‍ ମଧ୍ୟ ଏଠାକୁ ଆସି ଅନୁଧ୍ୟାନ କରିବେ। ଯଦି ଏହି ଆକ୍ରମଣ ପଛରେ ସୁନ୍ଦରୀର ଥିବ ବୋଲି ପ୍ରମାଣିତ ହୁଏ ଏବଂ ଉକ୍ତ ଟିମ୍‍ ରିପୋର୍ଟ ପ୍ରଦାନ କରନ୍ତି ତେବେ ଯାଇ ବାଘୁଣୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପାରିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories