www.samajalive.in
Monday, December 15, 2025
16.1 C
Bhubaneswar

ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଲେ ଧର୍ମେନ୍ଦ୍ର

ଦ୍ଭଦ୍ରକ: ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଜନ ଆନ୍ଦୋଳନ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ, ଦାବିପତ୍ର ପ୍ରଦାନ ଓ ଶୋଭାଯାତ୍ରା ଜାରି ରହିଥିବାବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୋର୍ଟକୁ ବଲ ଫିଙ୍ଗିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ପ୍ରସ୍ତାବ ଦେଲେ ଭଦ୍ରକରେ ସରକାରୀ ମେଡିକାଲ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ଦୁଇ ଦିନ ଭିତରେ ନୋଟିସ ଦେବେ। କେନ୍ଦ୍ର ମନ୍ତ୍ରୀଙ୍କ ଏହି ବକ୍ତବ୍ୟ ପରେ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ତାହା ସମସ୍ତଙ୍କ ପ୍ରତୀକ୍ଷାର ବିଷୟ ହୋଇଛି। ସେହିପରି କେନ୍ଦ୍ର ମନ୍ତ୍ରୀ ସକାରାତ୍ମକ ମତ ରଖିଥିବାରୁ ଜିଲାର ଦୁଇ ମନ୍ତ୍ରୀଙ୍କ ସମେତ ବିଧାୟକବୃନ୍ଦ କେତେ ତତ୍ପର ହେବେ, ତାହା ଗୁରୁତ୍ୱପୂର୍ଣ୍ଣ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ସଂଗ୍ରାମୀ ସେନା ପକ୍ଷରୁ ଆସନ୍ତା ୨୯ ତାରିଖରେ ଭଦ୍ରକ ଜିଲା ବନ୍ଦ ଡାକରା ଦିଆଯାଇଛି।
ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ଗସ୍ତ ଅବସରରେ ଭଦ୍ରକରେ ତାଙ୍କୁ ଭଦ୍ରକ ମେଡିକାଲ କଲେଜ ସଂଗ୍ରାମୀ ସେନା ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ମେଡିକାଲ କଲେଜ ପ୍ରତିଷ୍ଠା ସଂଗ୍ରାମୀ ସେନାର ଆବାହକ ପଣ୍ଡିତ ସଂଗ୍ରାମ ଆଚାର୍ୟ୍ୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଭେଟି ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଭିନ୍ନ ଯୁକ୍ତି ଉପସ୍ଥାପନ କରିଥିଲେ। ୨୦ ଲକ୍ଷ ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ନିମନ୍ତେ ଭଦ୍ରକରେ ମେଡିକାଲ କଲେଜରର ଆବଶ୍ୟକତା ସମ୍ପର୍କରେ ଦୃଢ଼ ମତ ରଖିଥିଲେ। ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ରାଜ୍ୟ ସରକାର ପ୍ରସ୍ତାବ ଦେଲେ କେନ୍ଦ୍ର ଏଥି ପାଇଁ ଦୁଇ ଦିନ ଭିତରେ ନିଷ୍ପତ୍ତି ନେଇ ନୋଟିସ ଦେବ। ଭଦ୍ରକ ଜିଲାବାସୀଙ୍କ ଦାବିକୁ ସେ ସମର୍ଥନ କରୁଛନ୍ତି ବୋଲି କହିବା ସହିତ ପ୍ରକାଶ କରିଥିଲେ ଯେ କେନ୍ଦ୍ର ସରକାର ଏଥି ପାଇଁ ପୂର୍ବରୁ ଘୋଷଣା କରିସାରିଛନ୍ତି। ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହେଉ, ଏହା ମୋର ଆନ୍ତରିକ ଇଚ୍ଛା ବୋଲି ମଧ୍ୟ ସେ କହିଥିଲେ। ଏହି ଅବସରରେ ଭଦ୍ରକ ମେଡିକାଲ କଲେଜ ସଂଗ୍ରାମୀ ସେନା ପକ୍ଷରୁ ଭଦ୍ରକ ସହରରେ ଏକ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ ଓରିଅନ ହୋଟେଲରେ ଅବସ୍ଥାନ କରିଥିବା ମନ୍ତ୍ରୀ ଶ୍ରୀ ପ୍ରଧାନକୁ ଭେଟି ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବିପତ୍ର ପ୍ରଦାନ ସମୟରେ ପଣ୍ଡିତ ସଂଗ୍ରାମ ଆଚାର୍ୟ୍ୟଙ୍କ ସହିତ
ଗୋବିନ୍ଦ ବାରିକ, ଟୁକୁନା ସ୍ୱାଇଁ,ପ୍ରୀତମ ଶେଖର ବିଶ୍ୱାଳ, ଧୀରେନ୍ଦ୍ର ସାହୁ, ଅପୂର୍ବ ବେହେରା, କାର୍ତ୍ତିକ ଚନ୍ଦ୍ର ରାଉତ, ସୁଦୀପ୍ତ ଖଟୁଆ, ଶୁଭେନ୍ଦୁ ପାତ୍ର, ଜାଫର ଖାଁ, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ
କେନ୍ଦ୍ର ମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ମତ ଲୋଡ଼ିବାରୁ ସେ କହିଥିଲେ, ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଲାଗି ଆମେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛୁ। ଏ ଦିଗରେ ମୁଖ୍ୟମନ୍ତ୍ରୀ ଉଚିତ ପଦକ୍ଷେପ ନେବେ ବୋଲି ଆଶା ରଖିଛୁ। ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ପ୍ରତି ଜିଲାର ଦୁଇ ମନ୍ତ୍ରୀ ଓ ସମସ୍ତ ବିଧାୟକଙ୍କ ପୂର୍ଣ୍ଣ ସମର୍ଥନ ରହିଛି। ଗତ ବିଧାନସଭା ପ୍ରଶ୍ନକାଳରେ ସେ ନିଜେ ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହାକୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ସମର୍ଥନ ଜଣାଇଥିଲେ। ଖାଲି ଭଦ୍ରକ ନୁହେଁ, ଯାଜପୁର ଓ ଢେଙ୍କାନାଳକୁ ମିଶାଇ ରାଜ୍ୟରେ ତିନୋଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଥିବା ସରକାରଙ୍କ ପକ୍ଷରୁ ଉତ୍ତର ରଖାଯାଇଥିଲା। ତେବେ ରାଜ୍ୟ ସରକାର ଏ ଦିଗରେ କି ପଦକ୍ଷେପ ନେଉଛନ୍ତି ତାହା ଜିଲାବାସୀ ଦେଖିବାକୁ ବାକି ଅଛି।
ସେହିପରି ବେଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଓ ଭଦ୍ରକ ଜିଲାର ବାସିନ୍ଦା ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଉଠିଥିବା ଦାବିକୁ ଦୃଢ ସମର୍ଥନ ଜଣାଇଛନ୍ତି। ଏଥି ପାଇଁ ବେଙ୍ଗାଲୁରୁସ୍ଥିତ ଆଗ୍ରା ଜଗନ୍ନାଥ ମନ୍ଦିର ନିକଟରେ ଏକ ବୈଠକର ଆୟୋଜନ କରାଯାଇଥିଲା। ଶତାଧିକ ବ୍ୟକ୍ତି ଯୋଗଦେଇଥିବାବେଳେ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି। ସୁଶାନ୍ତ ମହାକୁଡଙ୍କ ନେତୃତ୍ୱରେ ମୃତ୍ୟୁଞ୍ଜୟ ବିଶ୍ୱାଳ, ଦେବାଶିଷ ଘଡିଆ, ସରୋଜ ପରିଡା, ମାନସ ମହାକୁଡ, ହେମନ୍ତ ପୁହାଣ, ବଳରାମ ଲେଙ୍କା ପ୍ରମୁଖ ଏହି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।
ଆଜି ମଧ୍ୟ ଦୀର୍ଘ ୧ ମାସରୁ ଊର୍ଦ୍ଧ୍ବ କାଳ ଧରି ବିଭିନ୍ନ ସ୍ତରରେ ମେଡିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନକୁ ଜାରି ରଖିଥିବା ସଂଗ୍ରାମୀ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭଦ୍ରକ ଅମୃତ ଦର୍ଶନ କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଛି। ସରକାର ଲୋକଙ୍କ ଦାବିକୁ ଅଣାଦେଖା କରିବା ପ୍ରତିବାଦରେ ଚଳିତ ମାସ ୨୯ ତାରିଖରେ ଭଦ୍ରକ ଜିଲାରେ ବନ୍ଦ ପାଳନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଚାଲିଥିବା ଜନ ଆନ୍ଦୋଳନକୁ ସମର୍ଥନ ଓ ସହଯୋଗ କରିବାକୁ ବୈଠକରେ ଜିଲାବାସୀଙ୍କୁ ଅନୁରୋଧ କରାଯାଇଛି।

Hot this week

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

Related Articles

Popular Categories