ସୋମବାର ରାଶିଫଳ (୦୩/୧୦/୨୦୨୨)

ମେ​ଷ :​‌ ସୁସ୍ଥ ଓ ନିରାମୟ ରହିବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଶ୍ରମ ସାର୍ଥକ ହେବ। କ୍ଷମତାପ୍ରାପ୍ତ ହେବେ। କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ବିବାଦରେ ବିଜୟୀ ହେବେ।

ବୃଷ : ଅଧିକ ପରିଶ୍ରମର ସମ୍ମୁଖୀନ ହୋଇ କ୍ଲାନ୍ତ ଅନୁଭବ କରିବେ। ଆଜି ଦିନ ଭିତରେ ଥିବା ଆଶୁ ବିପଦକୁ ଡରିଲେ ସେ ଡରାଇବ; ମାତ୍ର ମୁକାବିଲା କଲେ ସେ ଲୁଚିଯିବ। ଜଣେ ଉତ୍ତମ ପରାମର୍ଶଦାତା ହେବେ।

ମିଥୁନ : କାର୍ଯ୍ୟରେ ସଫଳତା ମିଳିବ। ଭୋଜନ ତୃପ୍ତିଦାୟକ ହେବ। ବନ୍ଧୁମିଳନ ଘଟିପାରେ। ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖକର ହେବ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ସପତ୍ନୀକ ଆନନ୍ଦ ଉପଭୋଗ କରିବେ।

କର୍କଟ : ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ କରଣୀୟ। ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ। କର୍ମ ତତ୍ପର ହେବେ।

ସିଂହ :  ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ଭିନ୍ନ ଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଉପୁଜିଥିବା ସମସ୍ତ ସମସ୍ୟା ଦୂର ହେବ। ପତ୍ନୀଙ୍କ ପରାମର୍ଶ ଗ୍ରହଣୀୟ ହେବ। ଉଚ୍ଚ ସମ୍ମାନ ଲାଭ କରିବେ।

କନ୍ୟା : ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ପରିଶ୍ରମ ଯେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଯାନବାହନ ସୁଖ ମିଳିପାରେ।

prayash

ତୁଳା : ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ। ପ୍ରତ୍ୟେକ କ୍ଷେତ୍ରରେ ଓ କାର୍ଯ୍ୟରେ ବିଜୟୀ ହେବେ।

ବିଛା : ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ। ଧନାଗମର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିବେ। ସୁଖସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। କୀର୍ତ୍ତିମାନ୍‌ ହେବେ। ତ୍ୟାଗପୂତ ମନୋବୃତ୍ତିର ହେବେ।

ଧନୁ : ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତ ହେବ।

ମକର : ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି । ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି । ଭାଷା ମଧୁର ଓ ବ୍ୟବହାର ପ୍ରେମପୂର୍ଣ୍ଣ ହେବ। ସତ୍ୟାନ୍ବିତ ଓ ଜିତେନ୍ଦ୍ରିୟ ହୋଇପାରନ୍ତି।

କୁମ୍ଭ : ଜ୍ଞାନପିପାସୁ ହୋଇପାରନ୍ତି। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରି କି ବିଭାଗୀୟ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। କରିତ୍‌କର୍ମା ହେବେ। ଉଚ୍ଚ ସମ୍ମାନ ମିଳିବ।

ମୀନ : ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି। ଗୁରୁକୃପା ଲାଭ କରିବେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ।

kalyan agarbati

Comments are closed.