www.samajalive.in
Sunday, December 7, 2025
18.1 C
Bhubaneswar

୯ରେ ଜନ୍ମମାଟି ସୁଆଣ୍ଡୋରେ ଗୋପବନ୍ଧୁ ଜୟନ୍ତୀ କାର୍ଯ୍ୟକ୍ରମ

ସୁଆଣ୍ଡୋ : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଉତ୍ସବ ଜନ୍ମମାଟି ସୁଆଣ୍ଡୋରେ ଆସନ୍ତା ୯ ତାରିଖ ଗୋପବନ୍ଧୁ ସ୍ମୃତିପରିଷଦ ଓ ଜିଲାପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ଜୟନ୍ତୀ ଉତ୍ସବପାଳନ କରାଯିବ। ମହାପୁରୁଷଙ୍କ ଜନ୍ମପୀଠ ସମ୍ମୁଖରେ ପ୍ରତିବର୍ଷ ପରି ସ୍ମୃତିଚାରଣ ସଭା, ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯିବ। ଏଥିରେ ଜିଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବେ। ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁ, ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ଅଧିକାରୀ, ଜିଲା ସଂସ୍କୃତି ଅଧିକାରୀ, ସତ୍ୟବାଦୀ ତହସିଲଦାର, ବିଡିଓ ପ୍ରମୁଖ ଅଧିକାରୀମାନେ ଯୋଗଦେବେ। ଏହି ଅବସରରେ ବିରାଟ ଛାତ୍ରଛାତ୍ରୀ ସମାବେଶ ଅନୁଷ୍ଠିତ ହେବ। ବିଦାର୍ଥି ସେବା(ପ୍ରସାଦ ସେବା)କୁ ଉତ୍ସବର ମୁଖ୍ୟ ଅତିଥି ଉଦଘାଟନ କରିବେ। ରାଜ୍ୟର ବହୁ ବୁଦ୍ଧିଜୀବୀ, ଲେଖକ, କବି, ସାହିତ୍ୟିକ ଯୋଗଦାନ କରିବେ। ଲୋକସେବକ ଯୁବ ମଣ୍ଡଳ ଓ ସମାଜ କର୍ମକର୍ତ୍ତାଗଣ ଯୋଗଦାନ କରି ମହାପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ। ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ସମାରୋହରେ ବହୁସଂଖ୍ୟାରେ ଜନସାଧାରଣ ଯୋଗଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଗୋପବନ୍ଧୁ ସ୍ମୃତିପରିଷଦ ସଭାପତି ଧୀରେନ୍ଦ୍ର ନାଥ ଦାସ ନିବେଦନ କରିଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories