www.samajalive.in
Monday, December 15, 2025
27.1 C
Bhubaneswar

କାତ୍ୟାୟନୀ ବେଶରେ ଦର୍ଶନ ଦେଲେ ମା’ ରଣେଶ୍ୱର ରାମଚଣ୍ଡୀ

ରେଙ୍ଗାଲିକ୍ୟାମ୍ପ, -. ଶାରଦୀୟ ଦୁର୍ଗାପୂଜା ଅବସରରେ ଅତାବିରା ଅଞ୍ଚଳ ରେ ବିଭିନ୍ନ ସ୍ଥାନରେ ସୁସଜ୍ଜିତ ପୂଜା ମଣ୍ଡପ ସହ ଶକ୍ତି ସ୍ୱରୁପିଣୀ ମାଁ ଦୁର୍ଗାଙ୍କ ପୂଜା ପାଳନରେ   ଅଞ୍ଚଳ ବେଶ ଚଳ ଚଞ୍ଚଳ ହୋଇ ଉଠିଛି । ଅତାବିରା ବ୍ଲକ ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ କଡ଼ରେ ଅବସ୍ଥିତ ଲଦେରପାଲି ମାଁ ରଣେଶ୍ୱର ରାମଚଣ୍ଡୀ ମନ୍ଦିରରେ ନବରାତ୍ର ପୂଜା ଆରମ୍ଭ ହୋଇଛି ।

ନବରାତ୍ର ପୂଜା ପାଇଁ ଅତାବିରା ଶ୍ରୀ ରାମ ବାବା ମଠ ସ୍ଥିତ ପୋଖରୀ ତୁଠରେ ଜଳ ପୂର୍ଣ୍ଣ କଳସ ପଣ୍ଡିତ ମାନଙ୍କ ଦ୍ଵାରା ବେଦ ପଠନ ପୂର୍ବକ ଘଣ୍ଟ ଶଙ୍ଖ,ହୁଳ ହୁଳି ନାଦ ଓ ମାଙ୍ଗଳିକ ବାଦ୍ୟ ସହ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବ ସହ ମାଁ ରାମଚଣ୍ଡୀ ମନ୍ଦିର ପୀଠରେ କଳସ ସ୍ଥାପନ କରାଯାଇଥିଲା । ଏହାସହ ନବରାତ୍ର ପୂଜାର ଆରମ୍ଭ ହୋଇ ଥିଲା . ।

- Advertisement -

ଷଷ୍ଠ ଦିବସ ରେ କାତ୍ୟାୟନୀ ବେଶରେ ମା ଦର୍ଶନ ଦେଇଥିଲେ । ମାତା ଦୂର୍ଗା ହେଉଛନ୍ତି ସୃଷ୍ଟିର ଆଦିଶକ୍ତି . ତାଙ୍କର ପ୍ରଥମ ସ୍ଵରୂପର ନାମ”ଶୈଳ ପୁତ୍ରୀ”ପର୍ବତ ରାଜ ହିମାଳୟଙ୍କର କନ୍ୟା ରୂପେ ଜନ୍ମିଥିଲେ ବୋଲି ତାଙ୍କ ନାମ”ଶୈଳପୁତ୍ରୀ”ନାମରେ ଜଗତ ବିଦିତ । ନବଦୁର୍ଗାଙ୍କ ମଧ୍ୟରୁ ସେ ହେଉଛନ୍ତି ପ୍ରଥମ ଦୁର୍ଗା . ସେ ବୃଷଭ ବାହିନୀ, ତାଙ୍କର ଡାହାଣ ହାତରେ ତ୍ରିଶୂଳ ଓ ବାମ ହାତରେ ପଦ୍ମ ଶୋଭା ପାଉଥିବାବେଳେ ଜି ଷଷ୍ଠ ଦିବସ ରେ କାତ୍ୟାୟନୀ ବେଶରେ ଦର୍ଶନ ଦେଇଥିଲେ । ମନ୍ଦିର ରେ ମାଁ ରାମଚଣ୍ଡୀ ଙ୍କ ନିତ୍ୟ ନୈମି ତ୍ତିକ ପୂଜକ ତଥା ସେବାୟତ ଭାବେ ନାଗୁରୁ ଭୋଇ ଓ ଡମ୍ବରୁଧର ପ୍ରଧାନ ତୁଲାଇ ଆସୁଛନ୍ତି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories