www.samajalive.in
Sunday, December 7, 2025
14.1 C
Bhubaneswar

ମାଲ୍ୟାଙ୍କ ଦାମୀ କାର ବିକ୍ରୟ ପାଇଁ ଲଣ୍ଡନ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଭାରତୀୟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଦାମୀ କାରର ବିକ୍ରୟ ପାଇଁ ଲଣ୍ଡନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ୬,୨୦୩ କୋଟି ଋଣ ନେଇ ଭାରତରୁ ପଳାୟନ କରିଥିବା ଏହି ବ୍ୟବସାୟୀଙ୍କ ଉପରେ କୋର୍ଟ ବାରମ୍ବାର ଚାପ ପକାଇବା ପରେ ମଧ୍ୟ ମାଲ୍ୟାଙ୍କ କୌଣସି ପ୍ରତିକ୍ରିୟା ନ ମିଳିବାରୁ ଲଣ୍ଡନ ହାଇକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମାଲ୍ୟାଙ୍କ ଛଅଟି ମହଙ୍ଗା କାରର ବିକ୍ରୟ କରିବାକୁ ଅଦାଳତ ନିର୍ଦ୍ଦେଶ ଦେଇଛନ୍ତି। ଏହି କାରର ପ୍ରମୁଖ ଆକର୍ଷଣ ହେଉଛି, କାରର ନମ୍ବର ବିଜୟ ମାଲ୍ୟାଙ୍କ ନାମ ଅନୁସାରେ ‘ଭିଜେଏମ୍‍’ ରହିଛି। କାଲିଫର୍ଣ୍ଣିଆର ଏକ ଘରୋଇ ସଂଗ୍ରାହଳୟରେ ମାଲ୍ୟାଙ୍କ ଏହି ଦାମୀ କାର ରଖାଯାଇଛି। ବେଙ୍ଗେଲୁରୁର ଋଣ ଅସୁଲି ପ୍ରାଧିକରଣ ବିରୁଦ୍ଧରେ ମାଲ୍ୟା ଲଣ୍ଡନ ହାଇକୋର୍ଟରେ ଆବେଦନ କରିଥିଲେ। ପରେ ହାଇକୋର୍ଟ ଲଣ୍ଡନ ଥିବା ତାଙ୍କର ଦୁଇଟି ଘରେ ଯାଞ୍ଚପାଇଁ ନିର୍ଦ୍ଦେଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ପୂର୍ବରୁ କିଙ୍ଗଫିସ୍‍ର ଏୟାରଲାଇନ୍ସ ଦୁଇଟି ହେଲିକପ୍ଟରର ନିଲାମ କରାଯାଇ ୮.୫ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories