www.samajalive.in
Wednesday, December 10, 2025
17.1 C
Bhubaneswar

ଦୀପାବଳିରେ ଗଣ୍ଡଗୋଳ ଘଟଣା: ଆହତ ଯୁବକଙ୍କ ମୃତ୍ୟୁ ପରେ ବଜାର ଭଙ୍ଗାରୁଜା କଲେ ଉତ୍ତ୍ୟକ୍ତ ଲୋକ

ସମ୍ବଲପୁର: ଦୀପାବଳି ରାତିରେ କ୍ଷେତରାଜପୁର ଥାନା ଅନ୍ତର୍ଗତ ମୁଙ୍ଗାପଡା ବିହାରିପଡାଠାରେ ବାଣ ଫୁଟାକୁ କେନ୍ଦ୍ରକରି ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବାଦଲ ତାଣ୍ଡି ନାମକ ଯୁବକଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ ଗୁରୁବାର ଅପରାହ୍ନରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଶତାଧିକ ଲୋକ ଉତ୍ତ୍ୟକ୍ତ ହୋଇ କ୍ଷେତରାଜପୁର ବଜାରରେ ଭଙ୍ଗାରୁଜା କରିଥିଲେ। କ୍ଷେତରାଜପୁର ବଜାରକୁ ଆସୁଥିବା ସମସ୍ତ ଯାନବାହନ ଓ ଦୋକାନ ବଜାରକୁ ଆନ୍ଦୋଳନକାରୀମାନେ ବନ୍ଦ କରାଇଦେବା ସହିତ ରାସ୍ତାରେ ବସି ଧାରଣା ଦେଇଥିଲେ। ଗୋଷ୍ଠୀ ସଂଘର୍ଷ ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କ ଦୋକାନ ସମେତ ୨ଟି ଦୋକାନକୁ ଭଙ୍ଗାରୁଜା କରିବା ସହିତ କିଛି ଯାନବାହନକୁ ମଧ୍ୟ କ୍ଷତି ପହଞ୍ଚାଇଥିଲେ।

ଖବରପାଇ ଏସପିଙ୍କ ସମେତ ୩ ଜଣ ଅତିରିକ୍ତ ଏସପି, ସଦର ଏସଡିପିଓ, ବିଭିନ୍ନ ଥାନାର ଅଧିକାରୀମାନେ ସଦଳବଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ଏ ସମ୍ପର୍କରେ ଅତିରିକ୍ତ ଏସପି ହରେଶ ପାଣ୍ଡେ କହିଛନ୍ତି, ଆହତ ଯୁବକଙ୍କୁ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ଏଭଳି ପଦକ୍ଷେପ ନେଇଥିଲେ। ସେମାନଙ୍କୁ ବୁଝାଶୁଝା କରି ସ୍ଥିତିକୁ ନିୟନ୍ତ୍ରଣ କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଞ୍ଚଳରେ ୨ ପ୍ଲାଟୁନ ପୁଲିସ ବଳ ମୁତୟନ କରାଯାଇଛି।

- Advertisement -

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପୀଡିତ ବ୍ୟକ୍ତିମାନଙ୍କୁ ପୁଲିସ ହଇରାଣ କରିବା ସହିତ ଅଭିଯୁକ୍ତମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେଉ ନାହିଁ। ଏଣୁ ସେମାନଙ୍କୁ ନ୍ୟାୟ ପ୍ରଦାନ ସହିତ ମୃତ ବ୍ୟକ୍ତିଙ୍କ ପରିବାର ଓ ଆହତ ବ୍ୟକ୍ତିମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ସୂଚନାଯୋଗ୍ୟ, ମୁଙ୍ଗାପଡାର ବିହାରିପଡାଠାରେ ଗତ ୧ ତାରିଖ ବିଳମ୍ବିତ ରାତ୍ରିରେ ବାଣଫୁଟାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଉଭୟ ପକ୍ଷର ୧୦ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ଆହତ ଯୁବକ ବାଦଲ ତାଣ୍ଡି ଏକ ଘରୋଇ ଡାକ୍ତରଖାନାର ଚିକିତ୍ସିତ ହେଉଥିଲେ। ଏହି ଘଟଣାରେ ପୁଲିସ ପୁର୍ବରୁ ୭ ଜଣଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories