ବିଶ୍ୱ ହୃଦୟ ଦିବସରେ ଚିକିତ୍ସା ଶିବିର
ଚୌଦ୍ୱାର : ବିଶ୍ୱ ହୃଦୟ ଦିବସ ପାଳନ ଅବସରରେ ଚୌଦ୍ୱାର ଶ୍ରୀ ସତ୍ୟସାଇ ସେବା ସମିତି ଆନୁକୁଲ୍ୟରେ ଏକ ହୃଦରୋଗ ଚିକିତ୍ସା ଶିବିର ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି । ହିନ୍ଦ୍ ସେବକ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାମୋଦର ସାହୁଙ୍କ ପୌରୋହିତ୍ୟରେ ଥର୍ମାଲ ରୋଡ଼ସ୍ଥିତ ସାଇ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ଏସସିବି ମେଡ଼ିକାଲ କଲେଜର ହୃଦରୋଗ ବିଶୋଷଜ୍ଞ ଡ. ସତ୍ୟ ସାରଥୀ ଜେନା ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦଘାଟନ କରିବା ସହିତ ହୃଦରୋଗର କାରଣ , ଲକ୍ଷ୍ୟଣ, ଏହାର ନିରାକରଣ ଓ ଏହାର ବିଭିନ୍ନ ଉପଚାର ପଦ୍ଧତି ଉପରେ ଆଲୋଚନା କରିଥିଲେ। ଏହି ଅବସରରେ ଅନୁଷ୍ଠିତ ରୋଗ ପରୀକ୍ଷା ଶିବିରରେ ଡ. ଜେନା, ଚୌଦ୍ୱାର ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସକ ଡ. ରବିନ୍ଦ୍ର କୁମାର ମହାପାତ୍ର ଓ ଏସସିବି ହସପିଟାଲର ସ୍ୱାସ୍ଥ୍ୟ କର୍ମଚାରୀ ମାନେ ୧୦୫ଜଣ ରୋଗୀଙ୍କର ସୁଗାର,ବିପି, ଇସିଜି ଆଦି ପରୀକ୍ଷା କରିଥିଲେ । ସାରାଦିନ ବ୍ୟାପି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଶୋଷରେ ଭଗବାନ ସତ୍ୟସାଇଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ସମିତିର ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Comments are closed.