www.samajalive.in
Tuesday, December 9, 2025
23.1 C
Bhubaneswar

ଅମୃତସର ରେଳ ଦୁର୍ଘଟଣା : ସିଦ୍ଧୁ ଦମ୍ପତ୍ତି ଓ ରେଳ ବିଭାଗ ମଧ୍ୟରେ ଦୋଷାରୋପ ଆରମ୍ଭ

ଅମୃତସର : ଅମୃତସର ରେଳ ଦୁର୍ଘଟଣାରେ ପଞ୍ଜାବର ପର୍ଯ୍ୟଟନ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ବିବାଦରେ ଛନ୍ଦି ହୋଇଯାଇଛନ୍ତି। ଅମୃତସର ଜୋଡା ବଜାରରେ ଆୟୋଜିତ ରାବଣ ପୋଡି ଉତ୍ସବରେ ସ୍ଥାନୀୟ ବିଧାୟକ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ନବଜୋତ କୌର ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରତକ୍ଷଦର୍ଶୀଙ୍କ କହିବା ଅନୁସାରେ ରେଳ ଦୁର୍ଘଟଣା ହେଲାପରେ ନବଜୋତ କୌର ଘଟଣା ସ୍ଥଳରୁ ପଳାଇ ଆସିଥିଲେ। ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଯାଇଛି। ନବଜୋତ କୌରଙ୍କ ରକ୍ଷା କରିବା ପାଇଁ ନବଜୋତ ସିଂ ସିଦ୍ଧୁ କହିଛନ୍ତି, ସେ ଘଟଣା ଘଟିବା ଆଗରୁ ହିଁ ପଳାଇ ଆସିଥିଲେ। ଏହି ଘଟଣା ପାଇଁ ନବଜୋତ ସିଂ ସିଦ୍ଧୁ ଟ୍ରେନ ଚାଳକଙ୍କୁ ଦୋଷାରୋପ କରିବା ସହ ଟ୍ରେନରେ ହର୍ନ ନଥିବା କହିଛନ୍ତି। ଏହାକୁ ନେଇ ଫିରୋଜପୁର ଡିଆରଏମ୍‍ ବିବେକ କୁମାରଙ୍କ ମତରେ, ନବଜୋତ ସିଂ ସିଦ୍ଧୁଙ୍କ ସମସ୍ତ ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଟ୍ରେନରେ ହର୍ଣ୍ଣ ଥିବା ସେ କହିଛନ୍ତି। କ୍ୟାମେରାରେ ଉତ୍ତୋଳନ କରାଯାଇଥିବା ଭିଡିଓରେ ମଧ୍ୟ ଟ୍ରେନର ହର୍ଣ୍ଣ ବାଜୁଥିବା ଶୁଣିବାକୁ ମିଳିଛି। ରେଳ ବୋର୍ଡ ଚେୟାରମ୍ୟାନ ଅଶ୍ୱିନୀ ଲୋହାନୀଙ୍କ ମତରେ ଏଥିରେ ରେଳ ଚାଳକର କୌଣସି ଭୁଲ ନାହିଁ। କାର୍ଯ୍ୟକ୍ରମ ବିଷୟରେ ରେଳ ବିଭାଗକୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେଣୁ ଏଥିରେ ରେଳ ବିଭାଗରେ କୌଣସି ଭୁଲ ନଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଏହି ଟ୍ରେନ ଦୁର୍ଘଟଣାରେ ୫୯ ଲୋକ ମୃତ୍ୟୁବରଣ କରିଥିବାବେଳେ ୫୭ ଜଣ ଲୋକ ଆହତ ହୋଇଛନ୍ତି। ରାବଣପୋଡି ଦେଖିବାପାଇଁ ଲୋକମାନେ ରେଳଧାରଣା ଉପରେ ଛିଡା ହୋଇଥିଲେ। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବିଭିନ୍ନ ମନ୍ତ୍ରୀ ଏହି ଘଟଣାରେ ଶୋକପ୍ରକାଶ କରିଛନ୍ତି। ଏହି ଘଟଣାରେ କେନ୍ଦ୍ର ସରକାର ମୃତକଙ୍କ ପରିିବାରକୁ ୨ଲକ୍ଷ ଟଙ୍କା ଏବଂ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories