ଗୋପବନ୍ଧୁ କନିଷ୍ଠ ମହିଳା ମହାବିଦ୍ୟାଳୟରେ ଏନଏସଏସ ଦିବସ
ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା ମହାବିଦ୍ୟାଳୟରେ ୫୩ତମ ଏନଏସଏସ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି। ପ୍ରାରମ୍ଭରେ କଲେଜର ଅଧ୍ୟକ୍ଷା ସଂଯୁକ୍ତା ମହାପାତ୍ର, ଏନଏସଏସ ଯୋଜନା ଅଧିକାରିଣୀ ସ୍ମିତା ମହାପାତ୍ର ଏବଂ ଅନ୍ୟ ସମସ୍ତ ଅଧ୍ୟାପିକା ଓ ଅଧ୍ୟାପକ କଲେଜ ପରିସରରେ ପ୍ରତିଷ୍ଠିତ ଉତ୍କଳମଣି ଗୋପବନ୍ଧୁ, ପଦ୍ମଭୂଷଣ ଡଃ ରାଧାନାଥ ରଥ ଏବଂ ଡଃ ମନୋରମା ମହାପାତ୍ରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ କଲେଜ ପରିସରରେ ବିଭିନ୍ନ କିସମର ବୃକ୍ଷଚାରା ରୋପଣ କରିଥିଲେ। ପରେ ପରେ ଏନଏସଏସ ଯୋଜନା ଅଧିକାରିଣୀ ସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଯୋଗଦେଇ ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ଏନଏସଏସ ସ୍ୱେଚ୍ଛାସେବୀ ଓ ଛାତ୍ରୀଙ୍କୁ ଶିକ୍ଷାଗ୍ରହଣ ସହିତ ସେବାକୁ ବ୍ରତ ଭାବେ ଗ୍ରହଣ କରିବା ଲାଗି ପରାମର୍ଶ ଦେଇଥିଲେ। ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ଏନଏସଏସ ପ୍ରତିଷ୍ଠାର ଉଦ୍ଦେଶ୍ୟ, ଲକ୍ଷ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିବା ସହ ନବାଗତ ଛାତ୍ରୀ ଏଥିରେ ଯୋଗଦେବାକୁ ଆହ୍ୱାନ ଜଣାଇଥିଲେ । ପ୍ରାଧ୍ୟାପିକା ଡଃ ସ୍ନେହଲତା ତ୍ରିପାଠୀ, ପ୍ରମୋଦିନି ଜେନା, ଗାୟତ୍ରୀ ଶତପଥୀ, ଅଧ୍ୟାପକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରମୁଖ ବିଗତ ବର୍ଷଗୁଡିକରେ ଏନଏସଏସ ପକ୍ଷରୁ ବିଭିନ୍ନ ସ୍ଥାନରେ ଆୟୋଜିତ ସେବା ଶିବିର ଏବଂ ବିଭିନ୍ନ ସଚେତନଧର୍ମୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିଥିଲେ । ଏହି ଦିବସ ଉପଲକ୍ଷେ ଛାତ୍ରୀମାନଙ୍କ ମଧ୍ୟରେ ଆୟୋଜିତ ତର୍କ ଓ ରଙ୍ଗୋଲି ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପ୍ରାଧ୍ୟାପିକା ଡଃ ରିନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.