www.samajalive.in
Monday, December 15, 2025
16.1 C
Bhubaneswar

ସନ୍ଧ୍ୟା ୭ଟାରେ ଏଟିଏମ ବନ୍ଦ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡା ସ୍ଥିତ ଷ୍ଟେଟବ୍ୟାଙ୍କ ଏଟିଏମର କୌଣସି ବ୍ୟବସ୍ଥା ଠିକରେ ଚାଲି ପାରୁନଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢୁଛି। ବର୍ତ୍ତମାନ ପାର୍ବଣ ସମୟ ହୋଇଥିବା ବେଳେ ବ୍ୟାଙ୍କ ଉପରେ ସମସ୍ତେ କାରବାର କରୁଥିବା ବେଳେ ଏଟିଏମରେ ଦିନବେଳା ଲମ୍ବା ଲାଇନ ଦେଖିବାକୁ ମିଳୁଛି। ସେହିଭଳି ଅନେକ ସମୟରେ ଏଟିଏମର ଲିଙ୍କ୍ କଟୁଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖିବାକୁ ମିଳୁଛି। ଅନେକ ସମୟରେ ରାସ୍ତାରେ ଯାଉଥିବା ସାଧାରଣ ଲୋକ ସମେତ କୌଣସି ଜରୁରୀକାଳୀନ ପାଇଁ ସନ୍ଧ୍ୟା ସମୟରେ ଏଟିଏମକୁ ଗଲାବେଳେ ଏଟିଏମ ବନ୍ଦ ରହୁଥିବା ଦେଖିବାକୁ ମିଳୁଛି। ମେଡିକାଲ ସମେତ ଅନେକ ସମୟରେ ଏଟିଏମର ଅବ୍ୟବସ୍ଥା ପାଇଁ ଜନସାଧାରଣ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଥିବା ବେଳେ ଏଭଳି ସମସ୍ୟା ପ୍ରତି ଏଟିଏମ ସଂସ୍ଥା ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। ତେଣୁ ସନ୍ଧ୍ୟା ସାତଟା ସମୟରେ ଏଟିଏମ ବନ୍ଦ ନକରି ଦିବାରାତ୍ର ଚାଲୁରଖିବା ପାଇଁ ଦାବୀ ହେଉଛି।

Hot this week

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

Related Articles

Popular Categories