ଦେପୁରରେ ଆୟୁଷ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

କଲମପୁର: ଆୟୁଷ ମନ୍ତ୍ରାଳୟ ପକ୍ଷରୁ କଳାହାଣ୍ଡି ହୋମିଓପାଥି ଚିକତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଆନୁକୂଲ୍ୟରେ ଆଜି କଳମପୁର ବ୍ଲକ ଦେପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଏକ ବିଦ୍ୟାଳୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଳୟ ପ୍ରହରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ହୋମିଓପାଥି ଚିକତ୍ସାଧିକାରୀ ଡାକ୍ତର ରାଜଲକ୍ଷ୍ମୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଦାସିଗାଁ ଆୟୁଷ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଚିକତ୍ସାଧିକାରୀ ଡାକ୍ତର ଯତୀନ୍ଦ୍ର ପ୍ରସାଦ ପାଢୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ଏବଂ କେଉଁ କେଉଁ ଦିଗପ୍ରତି ସେମାନେ ଯତ୍ନବାନ ହେବେ ସେ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାସହ ଘରୋଇ ଉପଚାର ଉପରେ ମଧ୍ୟ ଆଲୋଚନା କରିଥିଲେ। ଦେପୁର ସରପଞ୍ଚ ଟ୍ୱିଙ୍କିଲ ପାତ୍ର, ଡାକ୍ତର ସରିତା ତ୍ରିପାଠୀ, ଡାକ୍ତର ଶୁଭ୍ରତ ପୃଷ୍ଠୀ, ଡାକ୍ତର ଆଜାଦ ଶବର ସମ୍ମାନୀୟ ଅତିଥିଭାବେ ଯୋଗ ଦେଇ ଔଷଧୀୟ ବୃକ୍ଷର ଉପକାରିତା ସମ୍ପର୍କରେ ଆଲୋଚନା କରିଥିଲେ।

prayash

ରାଜ୍ୟସ୍ତରୀୟ ଯୋଗ ଶିକ୍ଷକ ନବ କିଶୋର ବେହେରା ଯୋଗାଭ୍ୟାସ ସହ ସ୍ୱାସ୍ଥ୍ୟପାଇଁ ଯୋଗର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ଅତିଥି ମାନଙ୍କଦ୍ୱାରା ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା। ଶେଷରେ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ରକ୍ତ ପରୀକ୍ଷା କରାଯାଇ ଆବଶ୍ୟକ ଅନୁଯାୟୀ ହୋମିଓପାଥି ଏବଂ ଆୟୁର୍ବେଦିକ ଔଷଧ ମାଗଣାରେ ବଣ୍ଟନ କରା ଯାଇଥିଲା। ଜିଲା ହୋମିଓପାଥି ଚିକତ୍ସାଧିକାରୀ ଡାକ୍ତର ରାଜଲକ୍ଷ୍ମୀ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଡାକ୍ତର ଯତୀନ୍ଦ୍ର ପ୍ରସାଦ ପାଢୀ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ବିଦ୍ୟାଳୟର ଶିକ୍ଷକ ବାସୁଦେବ ବେହେରା, ପ୍ରିୟ ରଞ୍ଜନ ପଣ୍ଡା, ପ୍ରଦୀପ କୁମାର ନେଗୀ, ଚତୁର୍ଭୁଜ ନାଏକ, ବୃନ୍ଦାବନ ବାଗ ପ୍ରମୁଖ ସହଯୋଗ କରିଥିଲେ।

kalyan agarbati

Comments are closed.