www.samajalive.in
Monday, December 15, 2025
17.1 C
Bhubaneswar

ଭାଙ୍ଗିଲା ଦମାଇପାଲି ପୁରୁଣା ସ୍କୁଲ ଘର, ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

ଖପ୍ରାଖୋଲ: ଖପ୍ରାଖୋଲ ବ୍ଲକ ଦମାଇପାଲି ଗାଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୁରୁଣା ଘର ଶୁକ୍ରବାର ମଧ୍ୟାହ୍ନରେ ଆକସ୍ମିକ ଭାଙ୍ଗି ଯିବାରୁ ଏକ ବଡ଼ ବିପଦ ଟଳିଯାଇଛି । ଅଳ୍ପକେ ଛାତ୍ରଛାତ୍ରୀ ମାନେ ବର୍ତ୍ତି ଯାଇଛନ୍ତି । ସୂଚନା ଅନୁସାରେ ମଧ୍ୟାହ୍ନରେ ଛାତ୍ରଛାତ୍ରୀ ମାନେ ନିଜ ଶ୍ରେଣୀରେ ପାଠ ପଢୁଥିବା ବେଳେ ବିଦ୍ୟାଳୟ ପରିସରରେ ଥିବା ଏକ ଅବ୍ୟବହୃତ ଶ୍ରେଣୀ ଗୃହର ଛପର ଭାଙ୍ଗିଯାଇଥିଲା । ଯାହାର ଶବ୍ଦ ଶୁଣି ଶିକ୍ଷକ, ଛାତ୍ରଛାତ୍ରୀ ଭୟଭୀତ ହୋଇପଡ଼ିଥିବା ବେଳେ ଅଭିଭାବକ ମାନେ ମଧ୍ୟ ବିଦ୍ୟାଳୟରେ ପହଞ୍ଚିଥିଲେ ।

ଏହି ଆକସ୍ମିକ ଘଟଣା ଯୋଗୁଁ ଏକ ବଡଧରଣର ବିପଦ ଟଳିଥିବ ବେଳେ କେହି ଆହତ ହୋଇନଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ୧୯୧୨ରେ ଆରମ୍ଭ ହୋଇଥିବା ଏହି ଶତାୟୁ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବା ବେଳେ ୭ ଜଣ ଶିକ୍ଷକ ଅଛନ୍ତି । ୧୬୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରିଥିବା ବେଳେ ବିଦ୍ୟାଳୟରେ କେବଳ ତିନୋଟି ପକ୍କା କୋଠରି ଥିବାବେଳେ ପୁରୁଣା ଶ୍ରେଣୀଗୃହ ମରାମତି କରି ଦୁଇଟି ଶ୍ରେଣୀରେ ପାଠପଢା ହେଉଛି ।

- Advertisement -

କୋଠାର ଅନ୍ୟ ଏକ କୋଠରି ବିପଦ ସଙ୍କୁଳନ ଅବସ୍ଥାରେ ରହିଥିଲା ଯାହାକି ଆକସ୍ମିକ ଭାଙ୍ଗିଯାଇଛି । ଭଙ୍ଗା କୋଠରି ଆରପାଖରେ ରୋଷେଇ ଘର ଥିବା ବେଳେ ଛାତ୍ରଛାତ୍ରୀ ଭଙ୍ଗା କୋଠରି ଦେଇ ପ୍ରତିଦିନ ଖାଇବାକୁ ଯାଇଥାନ୍ତି ବୋଲି ଜଣାଯାଇଛି । ବିଦ୍ୟାଳୟର ସମସ୍ୟା ବିଷୟରେ ପୂର୍ବରୁ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହେଉଛି। ଏନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିହାର ରଞ୍ଜନ ଭୋଇ ଙ୍କୁ ପଚାରିବାରୁ ଆକସ୍ମିକ ଭାଙ୍ଗିଯାଇଥିବା କୋଠରିକୁ ବ୍ୟବହାର କରୁନଥିବା ପ୍ରକାଶ କରିଛନ୍ତି।

ଏନେଇ ବ୍ଲକ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ଯୋଗାଯୋଗ ହୋଇପାରିନାହିଁ ।   ଏନେଇ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତଙ୍କୁ ପଚାରିବାରୁ ମୁଁ ଘଟଣାସ୍ଥଳ ଯାଇ ପରିଦର୍ଶନ କରିବା ସହ କୋଠରିର ମରାମତି ପାଇଁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିବା ପ୍ରକାଶ କରିଛନ୍ତି ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories