ସଇଁତଳା/ବଡ଼ମାଳ : ସଇଁତଳା ବ୍ଲକ ଡୁଙ୍ଗୁରିପାଲି ପଞ୍ଚାୟତର ତେଣ୍ଡିପାଳି ଓ ଡୁଙ୍ଗୁରିପାଲି ଠାରେ ଏକ ଘରୋଇ କମ୍ପାନୀ ସୌର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ଗ୍ରାମବାସୀ ମାନେ ଆରମ୍ଭରୁ ବିରୋଧ କରିଆସୁଥିଲେ। କିନ୍ତୁ ଡୁଙ୍ଗୁରିପାଲି ସରପଞ୍ଚ ଗଜପତି ସାହୁଙ୍କୁ ପୁଲିସ ଟେକି ନେଇ ସଇଁତଳା ଥାନାରେ ଅଟକ ରଖିବା ସହ ୧୨ ଜଣଙ୍କ ନାରେ ସଇଁତଳା ତହସିଲ ପକ୍ଷରୁ ୧୦୮ ଦଫା ଜାରି କରାଯିବା ପରେ ଗ୍ରାମବାସୀ ଭୟରେ ଆନ୍ଦୋଳନ ବନ୍ଦ କରିଥିଲେ। ତେବେ ଶୁକ୍ରବାର ଜିଲ୍ଲା ଯୁବ କନ୍ଧ ସମାଜ ଯୁବ ସଙ୍ଗଠନ ପକ୍ଷରୁ ଡୁଙ୍ଗୁରୀପାଲି ଓ ତେଣ୍ଡିପାଲିରେ ଆଦିତ୍ୟ ବିର୍ଲା ପକ୍ଷରୁ ନିର୍ମାଣ ହେଉଥିବା ପ୍ଲାଣ୍ଟକୁ ଜିଲ୍ଲା କନ୍ଧ ସମାଜ ଯୁବ ସଭାପତି ସୁରେଶ ଭୋଇଙ୍କ ନେତୃତ୍ଵରେ ବିରୋଧ କରାଯାଇଥିଲା। ଡୁଙ୍ଗୁରିପାଲିରୁ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ନାଚ ଗୀତରେ ପଶ୍ଚିମ ଓଡିଶା ଆଦିବାସୀ ସଂଘ ସଭାପତି ଖୁସି ରାମ ଯାନୀ, କନ୍ଦ ସମାଜ ଯୁବ ସଙ୍ଗଠନ ଉପ ସଭାପତି ଧନେଶ୍ୱର ମାଝୀ,ଦଳ ଗୋବିନ୍ଦ ଭୋଇ,ସଇଁନ୍ତଲା ବ୍ଲକ ସଭାପତି ରାଜେନ୍ଦ୍ର ଭୋଇ,ସଦା ମାଝୀ,କୀର୍ତି ଚନ୍ଦ୍ର ମାଝୀ,ସେବତୀ ମାଝୀ,ଚିତ୍ର ସେନ ଭୋଇ, ମନ ହୋର ଭୋଇ,ଧନେ ସ୍ୱତ ପଧାନୀ,ଦୈତାରୀ ଭୋଇ, ଜୈଗୋପାଳ ଭୋଇ, ମୋତି ରାମ ଭୋଇ,ଡମ୍ବରୁ କଅର,ତୁଳସୀ ରାମ ଭୋଇ,ନାରୀନେତ୍ରୀ ବନିତା ପ୍ରଧାନୀ,ବସୁଦେବ ଯାନୀ ସମେତ ଶତାଧିକ ଆଦିବାସୀ ମାନେ ସୋଲାର ପ୍ଲାଣ୍ଟ ନିର୍ମାଣ ହେଉଥିବା ପାଖକୁ ବିରୋଧ କରିବା ପାଇଁ ଆସୁଥିବା ବେଳେ ପୁଲିସ ଅଧା ବାଟରେ ଆନ୍ଦୋଳନ କାରିକୁ ଅଟକ ରଖିଥିଲା । ଯାହା ଫଳରେ ଅଧା ବାଟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବା ପାଇଁ ଜିଦ୍ ଧରିଥିଲେ। କାହା ନିର୍ଦ୍ଦେଶରେ ଗୋଚର ଜଙ୍ଗଲ ଜମିରେ ବିନା ଗ୍ରାମ ସଭା ଓ ପଲ୍ଲୀ ସଭାରେ ନିର୍ମାଣ ହେଉଛି ତାହାର ଜବାବ ଦିଅନ୍ତୁ ପ୍ରଶାସନ ବୋଲି ଉତ୍ତର ମାଗିଥିଲେ। କିନ୍ତୁ ଉକ୍ତ ଜିଲ୍ଲା ଯୁବ କନ୍ଧ ସମାଜ ଯୁବ ସଂଗଠନରେ ସ୍ଥାନୀୟ ଆଦିବାସୀ ଯୋଗନ ଦେଇନଥିବାରୁ ସଇଁତଳା ବ୍ଲକର ଆଦିବାସୀ ମାନେ ଏହାକୁ ଜୋର୍ ବିରୋଧ କରିବା ସହ ଅନ୍ୟ ଅଞ୍ଚଳର ଆଦିବାସୀ ମାନେ କାହାର ପରାମର୍ଶରେ ଆନ୍ଦୋଳନ କରୁଛ ବୋଲି ଯୁକ୍ତିତର୍କ ହୋଇ ଥିବା ଦେଖିବାକୁ ମିଳିଥିଲା ଯାହା ଦ୍ଵାରା ଆଦିବାସୀ ମାନଙ୍କ ମଧ୍ୟରେ ଗୋଷ୍ଠୀ କନ୍ଦଳ ରହିଥିବା ଜଣାପଡିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବଲାଙ୍ଗୀର ଏସଡିପିଓ ତୋଫାନ ବାଗ,ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ମେହେର, ସଇଁନ୍ତଲା ଥାନା ଅଧିକାରୀ ଅଵନୀ ସାହୁ, ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା, ଦେଓଗାଁ ଥାନା ଅଧିକାରୀ ତାରା ପଧାନ, ତୁଷୁରା ଥାନା ଅଧିକାରୀ ସଞ୍ଜୀବ ପଧାନ,ମାଜିଷ୍ଟ୍ରେଟ ଭାବେ ଟିଟିଲାଗଡ଼ ତହସିଲଦାର କର୍ଣ୍ଣ ମଲ୍ଲିକ, ସଇଁନ୍ତଲା ଅତିରିକ୍ତ ତହସିଲଦାର ଡ଼ଃ. ଲଳିତ ବାଗ ,୬ ପ୍ଲାଟୁନ ଫୋର୍ସ ମୃତୟନ ରହିଥିଲେ। ହେଲେ ନିର୍ଦ୍ଧିଷ୍ଟ ସୌର ପ୍ରକଳ୍ପ ବିରୋଧରେ ବାରମ୍ବାର ଗୋଟିଏ ପରେ ଗୋଟିଏ ସଂଗଠନ ଅନ୍ଦୋଳନ କରୁଥିବାରୁ ଓ ଆଜିର ଆନ୍ଦୋଳନରେ ସ୍ଥାନୀୟ ଆଦିବାସୀଙ୍କ ସହମତ ନଥିବାରୁ ପ୍ରକଳ୍ପକୁ ନେଇ ରାଜନୀତି କରାଯାଉଛି ବୋଲି ଅଞ୍ଚଲରେ ଚର୍ଚ୍ଚା ହେଉଛି।
Popular Categories



