www.samajalive.in
Saturday, December 13, 2025
18.1 C
Bhubaneswar

ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର ଉଦ୍‌ଘାଟିତ

କଲମପୁର: କଲମପୁର ବ୍ଲକ ଅଧିନସ୍ଥ ହାତୀ ନଦୀ କୂଳରେ ଥିବା ବାଲିଛଡା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳ ଠାରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ତରଫରୁ ଚର୍ତୁ ଦିବସୀୟ ତାଲିମ ଶିବିର ଉଦ୍‌ଘାଟିତ ହୋଇଛି । କଲମପୁର ବ୍ଲକ ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବି.ଡି.ଓ ପ୍ରସନ୍ନ କୁମାର ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । ଗତକାଲି  ୨୩ତାରିଖ ଠାରୁ ଏହି ତାଲିମ ଶିବିର ଆୟୋଜନ ହୋଇଥିବା ବେଳେ, ଏହା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।

ଏହି ତାଲିମ ଶିବିରରେ ଜିଲ୍ଲା ନୋଡାଲ ଅଧିକାରୀ ପ୍ରଦୋଷ ରଞ୍ଜନ ଜେନା, ପ୍ରମୁଖ ତାଲିମ ଦାତା ସରୋଜ ସେଠୀ, ବ୍ଲକ ନୋଡାଲ ଅଧିକାରୀ ତଥା ପ୍ରଗତି ସହାୟକ ଲକ୍ଷ୍ମଣ ହରିଜନ, ବନ୍ୟା ଆଶ୍ରୟ ସ୍ଥଳ ପରିଚାଳନା ଦାୟିତ୍ୱରେ ଥିବା ନୋଡାଲ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆମ୍ବେଦକର କ୍ଲବର ସଦସ୍ୟ ସେନାପତି ନାଏକ, ଦେପୁର ସରପଞ୍ଚ ଟିଙ୍କଲ ପାତ୍ର, ସମିତି ସଭ୍ୟା ବୁଦ୍ଧ ଦେଈ ଭୋଇ ପ୍ରମୁଖଙ୍କ ସମେତ ଅଞ୍ଚଳର ଅନ୍ୟ ଲୋକ ପ୍ରତିନିଧିଙ୍କ ସମେତ ବନ୍ୟା ଆଶ୍ରୟସ୍ଥଳୀ ପରିଚାଳନା କମିଟିର ସଭ୍ୟ, ଟାକ୍ସ ଫୋର୍ସ ସ୍ୱେଚ୍ଛାସେବୀ , ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ,ଆଶା ଓ ଅଙ୍ଗନୱାଡି କର୍ମୀ ମାନେ ତାଲିମ ଗ୍ରହଣ ପାଇଁ ଅଂଶଗ୍ରହଣ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories