www.samajalive.in
Friday, December 12, 2025
15.1 C
Bhubaneswar

ରେଙ୍ଗାଲପାଲି ଗାଁରୁ ଅଜଗର ଉଦ୍ଧାର

କଲମପୁର: ଜୟପାଟଣା ଥାନା ଅଧିନସ୍ଥ ରେଙ୍ଗାଲପାଲି ଗାଁରୁ ଏକ ୭ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି । ବନ ବିଭାଗ କର୍ମଚାରୀଙ୍କ ଦ୍ୱାରା ଅଜଗରଟିକୁ ଉଦ୍ଧାର କରାଯାଇଥିବା ବେଳେ, ଏହାର ଓଜନ ୬କେ.ଜି ଥିବା ସୂଚନା ଦିଆଯାଇଛି । ସାପଟିକୁ ଧରିବା ପରେ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ସହାୟତାରେ ଜଙ୍ଗଲରେ ଛାଡି ଦିଆଯାଇଛି ।

ସୂଚନା ଅନୁସାରେ ଶୁକ୍ରବାର ରେଙ୍ଗାଲପାଲି ଗାଁର ସୁବାସ ବାଗଙ୍କ ଘର ନିକଟରେ ଥିବା ଏକ କାଠ ଗଦାରେ ଏକ ଅଜଗର ସାପ ଥିବା ପରିବାର ଲୋକ ଦେଖି ଭୟଭୀତ ହେଇଯାଇଥିଲେ । ତୁରନ୍ତ ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ନିରଞ୍ଜନ ଶବରଙ୍କୁ ଖବର ଦେଇଥିଲେ । ଏହି ସୂଚନା ପାଇବା ପରେ ଶ୍ରୀ ଶବର ଘଟଣା ସ୍ଥଳରେ ପହଞ୍ଚି କୌଶଳ କ୍ରମେ ଅଜଗରକୁ ଧରିବାରେ ସଫଳ ହେଇଥିଲେ । ଏହାସହ ସ୍ଥାନୀୟ ବନ କର୍ମଚାରୀ ରୁଦ୍ରପ୍ରତାପ ନାଏକଙ୍କ ସହଯୋଗରେ ନିକଟସ୍ଥ ଜଙ୍ଗଲରେ ଅଜଗରଟିକୁ ସୁରକ୍ଷିତ ଭାବେ ଛାଡି ଦିଆଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories