ପିରିକୁଡିରେ ପରିବର୍ତ୍ତନ ମେଳା ୨୦୨୨

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡା  ବ୍ଲକ ଅନ୍ତର୍ଗତ  ପିରିକୁଡି ଗ୍ରାମ ପଞ୍ଚାୟତ ସାକାଡ଼ି ଛକ ନିକଟ ଖେଳ ପଡିଆ ଠାରେ ଗୁରୁବାର ଗୁଦାରୀ ପଞ୍ଚାୟତ ଓ ପିରିକୁଡି ପଞ୍ଚାୟତ ମିଳିତ ଆନୁକୂଲ୍ୟରେ ପିରିକୁଡି ପିଇଓ ମହେଶ ପଟ୍ଟନାୟକ ଓ ଗୁଦାରୀ ପିଇଓ ସୁକାନ୍ତ ପଟ୍ଟନାୟକଙ୍କ ତତ୍ୱବାଧାନରେ ପରିବର୍ତ୍ତନ ମେଳା ୨୦୨୨  ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧକ୍ଷା ଅନିମା କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଡିପିଓ ରତିକାନ୍ତ ଆଚାର୍ଯ୍ୟ ବ୍ଲକ ବିଡ଼ିଓ ଅନୁପମା ଘୋଷ ଖଜୁରିପଡା ଥାନା ଅଧିକାରୀ ଗେଲି କୁମାରୀ ସାହୁ ଜିଲ୍ଲା ପରିଷଦ ସଭ୍ୟା ମମତା ମଳିକ ଉପାଧ୍ୟକ୍ଷ ଅମିତ ଦିଗାଲ ପିରିକୁଡି ସରପଞ୍ଚ ଉମା ଚରଣ ମଳିକ, ଗୁଦାରୀ ସରପଞ୍ଚ ସୁଜିତ କୁମାର ମଳିକ, ସମିତି ସଭ୍ୟ ଅମୁଲ୍ୟ କୁମାର ଦେହୁରୀ, ସୁଡୁରୁକୁମ୍ପା ସମିତି ସଭ୍ୟ ବୈଦ୍ୟନାଥ ବେହେରା ଯୋଗ ଦେଇଥିଲେ। ଏହି ପରିବର୍ତ୍ତନ ମେଳାର ମୁଖ୍ୟ ଉଦେଶ୍ୟ ହେଲା ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ ହେବା ତଥା ଜ୍ଞାନ ହାସଲ କରିବା ଏବଂ ସରକାରଙ୍କ ଯୋଜନାରେ କ’ଣ କ’ଣ ସୁବିଧା ସୁଯୋଗ ରହିଛି। ଜନ ସାଧାରଣ କିପରି ଉପକୃତ ହୋଇପାରିବେ କେଉଁ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ ପଡ଼ିବ କ’ଣ କ’ଣ କାଗଜ ପତ୍ରର ଆବଶ୍ୟକତା ରହିଛି। ସେ ସମ୍ପର୍କରେ ଅବଗତ ହେବା ଓ ସରକାରଙ୍କ ଯୋଜନାରୁ ଉପକୃତ ହୋଇପାରିବେ ବୋଲି ବିଡ଼ିଓ ଅନୁପମା ଘୋଷ ଉପସ୍ଥିତ ଥିବା ମହିଳାଙ୍କୁ ବୁଝାଇଥିବା ବେଳେ ବିଭିନ୍ନ ବିଭାଗ ତଥା ସ୍ୱାସ୍ଥ୍ୟ, ଶିକ୍ଷା, ଉଦ୍ୟାନ, ପ୍ରାଣୀ ସମ୍ପଦ, କୃଷି ସମ୍ପଦ, ମସ୍ୟ ସମ୍ପଦ,ସାମାଜିକ ସୁରକ୍ଷା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ, ଗ୍ରାମୀଣ କୌଶଳ ବିକାଶ ଯୋଜନା ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ଗ୍ରାମୀଣ ଗୃହ ନିର୍ମାଣ ଯୋଜନା ବିଷୟରେ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଲୋକଙ୍କୁ ବୁଝାଇ ଥିଲେ। ଆୟୋଜିତ ପରିବର୍ତ୍ତନ ମେଳାରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ମଧ୍ୟ ୪ଟି ଷ୍ଟଲ ଆୟୋଜନ କରାଯାଇଥିଲା ମେଳାକୁ ଓଏଲଏମ ଅଧିକାରୀ ଦୀପ୍ତିମୟୀ ପ୍ରଧାନ ପରିଚାଳନା କରିଥିବା ବେଳେ, ଏବିଡ଼ିଓ ସଲିଲ କୁମାଲ ଦାସ ଜିପିଓ ସୋନମ ବେହେରା ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ମନୋଜ କୁମାର ଦାସ ବିଏସଏସଓ ମନୋଜ କୁମାର ସାହୁ ସମେତ ବ୍ଲକ କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏଥିର ଦୁଇଟି ପଞ୍ଚାୟତର ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ଉପସ୍ଥିତ ଥିଲେ।

Comments are closed.