www.samajalive.in
Tuesday, December 9, 2025
15.1 C
Bhubaneswar

ଭୀମଭୋଇ ଉନ୍ନୟନ ସାମର୍ଥ୍ୟ ଶିବିର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଥିବା ଅତିରିକ୍ତ ଗୃହଠାରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସ୍ଥାନୀୟ ସମିତି ସହାୟତାରେ ଭୀମଭୋଇ ଉନ୍ନୟନ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷର ଅନୁଷ୍ଠିତ ଶିବିରରେ ମୋଟ ୩୪୭ ଜଣ ଦିବ୍ୟାଙ୍ଗଙ୍କ ନାମ ପଞ୍ଜିକୃତ କରାଯାଇଛି । ଏଥିମଧ୍ୟରୁ ଅନ ଲାଇନ ମାଧ୍ୟମରେ ୭୮ ଜଣ ଓ ୨୬୯ ଜଣ ଦିବ୍ୟାଙ୍ଗ ଅଫଲାଇନ ମାଧ୍ୟମରେ ନାମ ପଞ୍ଜିକୃତ କରିଥିଲେ । ଉକ୍ତ ବ୍ଲକର ୧୪ଟି ପଞ୍ଚାୟତର ଦିବ୍ୟାଙ୍ଗ ଯୋଗଦେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିରେ ଔଷଧୀୟ ଡାକ୍ତର ସୁରେଶ କୁମାର ଦେବ, ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଏଲ କୁମାର ସ୍ୱାମୀ, କର୍ଣ୍ଣ-ଗଳା-ନାଶା ବିଶେଷଜ୍ଞ ଡାକ୍ତର ସୁପ୍ରଭା ପଣ୍ଡା, ଚକ୍ଷୁ ବିଶେଷଜ୍ଞ ଡାକ୍ତର ଏମ ସୁରେଶ କୁମାର, କର୍ଣ୍ଣ-ଗଳା-ନାଶା ବିଶେଷଜ୍ଞ ଡାକ୍ତର ସଂଘମିତ୍ରା ପାତ୍ର, ସେକ୍ସନ ଅଧିକାରୀ ଏମ.କେ ଗୋମାଙ୍ଗ, ଆଞ୍ଚଳିକ ସାଧନ କେନ୍ଦ୍ର ଅଧିକାରୀ ସୀମାଞ୍ଚଳ ବେହେରା ଉପସ୍ଥିତ ରହି ଦିବ୍ୟାଙ୍ଗଙ୍କ ପରୀକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିଡ଼ିଓ ତାପସ କୁମାର ଭୋଇ, ବିପିଏମ କଳ୍ପତରୁ ବେହେରା, କନିଷ୍ଠ କିରାଣୀ ଦୟାନିଧି ଭତ୍ରା ସମେତ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅବସରରେ ସେରିଗୁମ୍ମା ପଞ୍ଚାୟତର ନୀଳ କୁଲେସିକାଙ୍କୁ ଟ୍ରାଇସାଇକେଲ ପ୍ରଦାନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories