ଆଜିଠୁ ରାଜ୍ୟରେ କମିବ ବର୍ଷା
ଭୁବନେଶ୍ୱର: ଆଜିଠୁ ରାଜ୍ୟରେ କମିବ ଲଘୁଚାପ ପ୍ରଭାବ । ଫଳରେ ବର୍ଷାର ପରିମାଣ ଧୀରେ ଧୀରେ ହ୍ରାସ ପାଇବ । ଗତ ଦୁଇ ଦିନଧରି ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଥିଲା । ଲଗାଣ ବର୍ଷା କାରଣରୁ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଥିଲେ । ସେପଟେ ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢ଼ିବାରେ ଲାଗିଛି । ୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି ।
ଅନ୍ୟପଟେ ରାଜ୍ୟରେ ସ୍ୱାଭାବିକ ବର୍ଷା ଠାରୁ ୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଥିବା କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମୌସୁମୀ ଋତୁରେ ଏଯାଏଁ ୧୧୫୩.୩ ମିମି ବର୍ଷା ରେକର୍ଡ ହୋଇଛି ।
ଯାହାକି ସ୍ୱାଭାବିକ ବର୍ଷା ୧୦୯୯.୯ ମିମି ତୁଳନାରେ ୫% ଅଧିକ ରହିଛି । ରାଜ୍ୟର ୫ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed.