ଶିଶୁ ଯତ୍ନ ଗୃହର ଅନ୍ତେବାସୀ ବୁଲିଲେ ଥାନା ଓ ବ୍ୟାଙ୍କ

ଫୁଲବାଣୀ : ଶିଶୁ ଯତ୍ନଗୃହ ମାନଙ୍କରେ ରହୁଥିବା ଅନ୍ତେବାସୀ ମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ମାତା ଓ ପିତାଙ୍କ ପରି ସ୍ନେହ ଏବଂ ସେବା ସହିତ ପାଠ ପଢିବା ପାଇଁ ବ୍ୟବସ୍ଥା କରାଯାଇଥାଏ । ସ୍ୱାଧୀନତାର ୭୫ ବର୍ତ୍ତପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ଫୁଲବାଣୀ ସହର କେନ୍ଦୁପଦର ସ୍ଥିତ ବନବାସୀ ସେବା ସମିତି ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନ ଗୋପବନ୍ଧୁ ବାଳାଶ୍ରମର ଅନ୍ତେବାସୀ ମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ଅବଦାନ ଉପରେ ସଚେତନ କରାଯିବା ସହିତ ଶିଶୁ ମାନଙ୍କୁ ଫୁଲବାଣୀ ସ୍ଥିତ ଡ଼ାକଘର , ଆଦର୍ଶ ଥାନା , ଭାରତୀୟ ଷ୍ଟେଟ୍ ବ୍ୟାଙ୍କ , ଚାଇଲଡ଼୍ ଲାଇନ୍ କାର୍ଯ୍ୟାଳୟ ଆଦି ପରିଦର୍ଶନରେ ନିଆଯାଇଥିଲା । ଡ଼ାଘର ଓ ବ୍ୟାଙ୍କରେ ଶିଶୁ ମାନଙ୍କୁ ଡ଼ାକ ଟିକଟ, ଚିଠି ପ୍ରେରଣ, ଟଙ୍କା ସଂଚୟ, ବ୍ୟାଙ୍କର କାର୍ଯ୍ୟ, ଏଟିଏମ୍ ର ବ୍ୟବହାର ସହିତ ଥାନା ଓ ଚାଇଲଡ଼୍ ଲାଇନ୍ ଦ୍ୱାରା ଯେଉଁ ସବୁ କାର୍ଯ୍ୟ କରାଯାଇଥାଏ ସେ ଉପରେ ମଧ୍ୟ ସଚେତନ କାରଯାଇଥିଲା। ଶିଶୁ ମାନଙ୍କୁ ଏହି ସବୁ ସ୍ଥାନ ପରିଦର୍ଶନ କରାଇବାରେ ଗୋପବନ୍ଧୁ ବାଳାଶ୍ରମର କର୍ମଚାରୀ ବିଜୟାନନ୍ଦ ସାହୁ, ଶରତ କୁମାର ରାଉତ, ଚାଇଲଡ଼ ଲାଇନର ଶିବ ଶଙ୍କର ବେହେରା ଓ ଅନ୍ୟମାନେ ସାମିଲ୍ ହୋଇଥିଲେ।

kalyan agarbati

Comments are closed.