ଓଡିଶାର ବିଶିଷ୍ଟ ମୃଦଙ୍ଗ ବାଦକ ତଥା ବରଗଡ ଧନୁଯାତ୍ରରେ କୃଷ୍ଣ ଅଭିନୟ କରୁଥିବା ସ୍ୱର୍ଗତ ଭିକାରୀ ମିଶ୍ରଙ୍କ ସ୍ମୃତି ଚାରଣ

ରେଙ୍ଗାଲିକ୍ୟାମ୍ପ – ଓଡିଶାର ବିଶିଷ୍ଟ ମୃଦଙ୍ଗ ବାଦକ ତଥା ବରଗଡ ଧନୁଯାତ୍ରର କୃଷ୍ଣ ଅଭିନୟ କରୁଥିବା ସ୍ୱର୍ଗତ ଭିକାରୀ ମିଶ୍ର ଏବଂ ତାଙ୍କ ଧର୍ମପତ୍ନୀ ସୁବର୍ଣ୍ଣ ମିଶ୍ରଙ୍କ ସ୍ମୁତିରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ପେଷାରେ ଶିକ୍ଷକ ଥିବା ଭିକାରୀ ମିଶ୍ରଙ୍କର କଳାପ୍ରତି ଥିଲା ଅହେତୁକ ନିଶା । ସେ ଓଡିଶାରେ ଥିଲେ ଜଣେ ଜଣାଶୁଣା ମୃଦଙ୍ଗ ବାଦକ । ନିରବିଚ୍ଛିନ୍ନ ଭାବେ ଅପରାହ୍ନ ୫ଟାରୁ ସକାଳ ୮ ପର୍ଯ୍ୟନ୍ତ ମୃଦଙ୍ଗ ବାଦନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । କେବଳ ମୃଦଙ୍ଗ ନୁହେଁ ବିଭିନ୍ନ ନାଟକରେ ସେ ବେଶ୍‌ ଜୀବନ୍ତ ଅଭିନୟ ମଧ୍ୟ କରିଛନ୍ତି । ସମ୍ବଲପୁର, ସୋନପୁର ଏବଂ ବରଗଡର ସହ ଓଡିଶାର ବିଭିନ୍ନ ସ୍ଥାନରେ ନିଜର କଳାର ପ୍ରଦର୍ଶନ କରିଥିଲେ। ଶିକ୍ଷକତା ସମୟରେ ଜନଗଣନା କାର୍ଯ୍ୟକ୍ରମ ପାଇଁ ତତ୍‌କାଳୀନ ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।

prayash

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାରେ ସେ ଦ୍ୱିତୀୟ କୃଷ୍ଣ ଭାବେ ଅଭିନୟ କରି ବେଶ୍‌ ପ୍ରଶଂସା ପାଇଛନ୍ତି । ନିଜର ଶିକ୍ଷକତା ତଥା କଳାରେ ପାରଦର୍ଶିତା ପାଇଁ ଲୋକପ୍ରିୟତା ଅର୍ଜନ ସହ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ । ତାଙ୍କର ପୁତ୍ର ଆକାଶ ମିଶ୍ର ତଥା ପୁତ୍ରବଧୂ ଅନୁସୂୟା ଦେବତାଙ୍କ ଦ୍ୱାରା ଏହି ସ୍ମୃତି ସଭାର ଆୟୋଜନ କରାଯାଇଥିଲା । ଏହି ଅବସରରେ ପ୍ରଦୀପ ପ୍ରଜ୍ୱଳନ, ସ୍ମୃତି ସଭା ସହ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀଙ୍କ ପାଇଁ ଭୋଜନର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡଃ ଶରତଚନ୍ଦ୍ର ସାହୁ, ସମାଜ ସେବୀ କୃଷ୍ଣ ଚନ୍ଦ୍ର ପ୍ରଧାନଙ୍କ ସହ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Comments are closed.