nua o banner

ଅର୍ପିତାଙ୍କ ପାଇଁ ଦେଢ଼ କୋଟି ଏଲଆଇସି ପ୍ରିମିୟମ ଦେଇଛନ୍ତି ପାର୍ଥ

BJD Bijuli 480×75 Mob

କଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ତାଙ୍କ ସହଯୋଗୀ ଅର୍ପିତା ମୁର୍ଖାଜୀଙ୍କ ସଂପର୍କରେ ରୋଚକ ତଥ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ହାତରେ ଲାଗିଛି। ଇଡି ତରଫରୁ ଏହି ମାମଲାରେ ପାର୍ଥ ଓ ଅର୍ପିତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ମିଳିିଥିବା ସୂଚନାନୁଯାୟୀ ଅର୍ପିତାଙ୍କ ନାମରେ ୩୧ଟି ଏଲଆଇସି ବୀମା ପଲିସି ରହିଥିଲା। ପ୍ରତ୍ୟେକ ପଲିସିର ବାର୍ଷିକ ପ୍ରିମିୟମ ୪୫ ହଜାରରୁ ୫୦ ହଜାର ଟଙ୍କା ରହିଥିବା ବେଳେ ଗତ ୨୦୧୫ରୁ ପାର୍ଥ ଏସବୁ ପଲିସି ପାଇଁ ପ୍ରିମିୟମ ପ୍ରଦାନ କରି ଆସୁଛନ୍ତି। ଏସବୁକୁ ହିସାବକୁ ନେଲେ ଅର୍ପିତାଙ୍କ ପାଇଁ ଦେଢ଼କୋଟି ଟଙ୍କାର ଏଲଆଇସି ପ୍ରିମିୟର ବାବଦକୁ ପାର୍ଥ ଦେଇଥିବା ସ୍ପଷ୍ଟ ହୋଇଛି।

ପାର୍ଥ ଚାର୍ଟାଜୀଙ୍କ ମୋବାଇଲ୍‌ ଫୋନ୍‌ର ତଥ୍ୟ ଓ ବ୍ୟାଙ୍କ ନେଣଦେଣକୁ ତର୍ଜମା କରିବା ପରେ ଏହି ତଥ୍ୟ ହସ୍ତଗତ ହୋଇଥିବା ଇଡିର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ପାର୍ଥଙ୍କ ମୋବାଇଲ୍‌ ଜବତ କରାଯିବା ପରେ ତାହାର ଯାଞ୍ଚ କରାଯାଇଥିଲା। ମୋବାଇଲ୍‌ରୁ ଏଲ୍‌ଆଇସି ପ୍ରିମିୟର ବାବଦରୁ ଅନେକ ବାର୍ତ୍ତା (ଏସଏମଏସ) ମିଳିବା ପରେ ଠିକ ସୂଚନା ପାଇବାକୁ ପାର୍ଥ ଚାର୍ଟାଜୀଙ୍କ ଆକାଉଣ୍ଟ ଥିବା ବ୍ୟାଙ୍କ ସହ ଯୋଗାଯୋଗ କରାଯାଇଥିଲା। ବ୍ୟାଙ୍କ ତରଫରୁ ମିଳିଥିବା ସୂଚନା ଆଧାରରେ ଅର୍ପିତାଙ୍କ ଏଲଆଇସି ପ୍ରିମିୟର ବାବଦକୁ ୨୦୧୫ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଦେଢ଼ କୋଟି ଟଙ୍କା ପ୍ରଦାନ କରିଥିବା ସ୍ପଷ୍ଟ ହୋଇଥିଲା।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ତରଫରୁ ୧୭୨ ପୃଷ୍ଠାର ଚାଜର୍ସିଟ୍‌ ବାଙ୍କସାଲ୍‌ ଅଦାଲତରେ ଦାଖଲ କରାଯାଇଥିଲା। ଏହି ଦୁର୍ନୀତି ମାମଲାରେ ବର୍ତ୍ତମାନ ସୁଦ୍ଧା ଇଡି ତରଫରୁ ୧୦୩ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଥିବା ଦର୍ଶାଯାଇଥିବା ବେଳେ ସେଥିମଧ୍ୟରୁ ଅଧିକାଂଶ ସମ୍ପତ୍ତି ପାର୍ଥ ଓ ଅର୍ପିତାଙ୍କ ନାମରେ ଥିବା ଜଣାପଡ଼ିଛି। ଅର୍ପିତାଙ୍କ ୭ଟି ଫ୍ଲାଟ୍‌ ଉପରେ ଇଡି ତରଫରୁ ଚଢ଼ଉ କରାଯାଇଥିବା ବେଳେ ସେଠାରୁ ୪୯.୮୦ କୋଟି ଟଙ୍କା ଓ ୫.୦୮ କୋଟି ଟଙ୍କାର ଗହଣା ଜବତ କରାଯାଇଥିଲା।

Comments are closed.