ଦୁଇ ଶହ ଯନ୍ତ୍ରୀଙ୍କୁ ଛଟେଇ କରିବ ଓଲା
ନୂଆଦିଲ୍ଲୀ: ଓଲା କମ୍ପାନୀରେ ଏବେ ପ୍ରାୟ ଦୁଇ ହଜାର ଯନ୍ତ୍ରୀ କାର୍ଯ୍ୟରତ । ଏମାନଙ୍କ ମଧ୍ୟରୁ ୧୦ ପ୍ରତିଶତ ଅର୍ଥାତ୍ ଦୁଇ ଶହ ଯନ୍ତ୍ରୀଙ୍କୁ କମ୍ପାନୀ ଛଟେଇ କରିବାକୁ ଯାଉଛି। କମ୍ପାନୀ ପକ୍ଷରୁ ଏହି ଯନ୍ତ୍ରୀମାନଙ୍କ ନିକଟକୁ ନୋଟିସ୍ ପଠାଯାଇଛି । ଏମାନଙ୍କ ମଧ୍ୟରେ କେତେକ ସଫ୍ଟୱୟାର ଇଞ୍ଜିନିୟର ଅଛନ୍ତି। ୫ଶହ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ପୂର୍ବରୁ ରିପୋର୍ଟ ପ୍ରକାଶ ପାଇଥିଲା। ତେବେ ଓଲା ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଆଗକୁ ଓଲାର କର୍ମଚାରୀ ସଂଖ୍ୟା ୫ ହଜାରରେ ପହଞ୍ଚିବ। ସମୟାନୁକ୍ରମେ ଛଟେଇ ଓ ନିଯୁକ୍ତି ଜାରି ରହିବ ବୋଲି ଓଲା ପକ୍ଷରୁ କୁହାଯାଇଛି।
Comments are closed.