ସନ୍ତୋଷପୁରରେ ଲୋକଙ୍କୁ ଅତିଷ୍ଠ କରୁଛନ୍ତି ମାଙ୍କଡ

ପାତ୍ରପୁର – ପାତ୍ରପୁର ବ୍ଳକ ବରଙ୍ଗ ପଞ୍ଚାୟତର ସନ୍ତୋଷପୁର ଗ୍ରାମରେ ମାଙ୍କଡଙ୍କ ଉପଦ୍ରବ । ମାଙ୍କଡଙ୍କ ଯୋଗୁଁ ସ୍ଥାନୀୟ ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏ ନେଇ ସେମାନେ ସାମନ୍ତୀଆ ପଲ୍ଲୀ ରେଞ୍ଜରଙ୍କ କାର୍ଯ୍ୟାଳୟରେ ଲିଖିତ ଅଭିଯୋଗ କରିଛନ୍ତି ।

prayash

ବରଙ୍ଗ ପଞ୍ଚାୟତ ଅନ୍ତର୍ଗତ ସନ୍ତୋଷପୁର ଗ୍ରାମରେ ଦୀର୍ଘବର୍ଷ ଧରି ମାଙ୍କଡ଼ଙ୍କ ଉପଦ୍ରବ ଲାଗିରହିଛି । ମାଙ୍କଡଙ୍କ ସଂଖ୍ୟା ବୃଦ୍ଧି ସହ ବହୁ ଲୋକଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଏହା ସହିତ ପନିପରିବା ଚାଷ ନଷ୍ଟ କରିବାସହ ଧାନ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। ମାଙ୍କଡଙ୍କ କାମୁଡା ଏବଂ ଆକ୍ରମଣରେ ଆହତମାନଙ୍କୁ ସ୍ଥାନୀୟ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ବହୁଥର ଚିକିତ୍ସା କରାଯାଇଛି ।

ଉପଦ୍ରବକାରୀ ମାଙ୍କଡମାନେ ଘର ଭିତରେ ପଶି ଖାଦ୍ୟ ଉପଯୋଗୀ ସାମଗ୍ରୀ ଝାମ୍ପି ନେଉଥିବା ବେଳେ ଏମାନଙ୍କ ଉପଦ୍ରବରୁ ଛୋଟଛୋଟ ପିଲା ସ୍କୁଲ ଯିବା ଓ ମହିଳାମାନେ ବାହାରକୁ ବାହାରିବା ପାଇଁ ମଧ୍ୟ ଭୟ ଡରୁଛନ୍ତି। ମାଙ୍କଡଙ୍କ ଉପଦ୍ରବରୁ ନିସ୍ତାର ପ୍ପାଇଁ ଗ୍ରାମବାସୀ ସମୂହ ମିଳିତ ବୈଠକ କରି ସ୍ଥାନୀୟ ବନାଞ୍ଚଳ ଅଧିକାରୀ ମୋହଦୟଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସାମନ୍ତିଆପଲ୍ଲି ରେଞ୍ଜର ଲିଖିତ ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବାପରେ ବନ ବିଭାଗ ପକ୍ଷରୁ ପଦକ୍ଷେପ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Comments are closed.