www.samajalive.in
Monday, December 15, 2025
16.1 C
Bhubaneswar

ସରକାର ଆଇନ ଆଣି ରାମ ମନ୍ଦିର ନିର୍ମାଣ କରନ୍ତୁ : ମୋହନ ଭାଗବତ

ନାଗପୁର : ସରକାର ଆଇନ ପ୍ରଣୟନ କରି ରାମ ମନ୍ଦିର ନିର୍ମାଣର ପଥ ପରିଷ୍କାର କରନ୍ତୁ ଓ ରାମ ଜନ୍ମଭୂମିରେ ହିଁ ରାମ ମନ୍ଦିର ନିର୍ମାଣ ହେବା ଆବଶ୍ୟକ ବୋଲି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରମୁଖ ମୋହନ ଭାଗବତ କହିଛନ୍ତି। ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୯୩ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ବିଜୟ ଦଶମୀ ସମାରୋହରେ ନିଜ ଅଭିଭାଷଣରେ ଶ୍ରୀ ଭାଗବତ ଏହା କହିଛନ୍ତି । ଯଥା ଶୀଘ୍ର ରାମ ମନ୍ଦିର ନିର୍ମାଣ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ସେହିପରି ରାମ ଜନ୍ମଭୂମି ପ୍ରସଙ୍ଗରେ ରାଜନୀତି ହୋଇନଥିଲେ ବହୂ ପୂର୍ବରୁ ମନ୍ଦିର ନିର୍ମାଣ ହୋଇଥାନ୍ତା ବୋଲି ସେ କହିଛନ୍ତି ।

ଏହି ଅବସରରେ  ଶ୍ରୀ ଭାଗବତ ଶସ୍ତ୍ର ପୂଜା କରିଥିଲେ । ପଡୋଶୀ ପାକିସ୍ତାନ ଓ ଚୀନର ଦୋମୁହାଁ ନୀତିକୁ ସେ ସମାଲେଚନା କରିଛନ୍ତି। ମହାତ୍ମା ଗାନ୍ଧୀ ଓ ଗୁରୁ ନାନକଙ୍କ ସଂପର୍କରେ ଉଲ୍ଲେଖ କରିବା ସହିତ ଭାରତୀୟ ସେନାର ଆଧୁନିକୀକରଣ ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ।

- Advertisement -

ସୂଚନାଯୋଗ୍ୟ ଯେ  ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ୯୩ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ମହାରାଷ୍ଟ୍ରର ନାଗପୁରରେ ପଥ ସଂଚାଳନ ଆୟୋଜନ କରାଯାଇଥିଲା। ସଂଘର ପ୍ରମୁଖ ମୋହନ ଭାଗବତଙ୍କ ଉପସ୍ଥିତିରେ ସ୍ୱୟଂସେବକମାନେ ପଥ ସଂଚାଳନ କରିଥିଲେ। ଏଥିରେ ନୋବେଲ ପୁରସ୍କାର ବିଜେତା ତଥା ବିଶିଷ୍ଟ ସମାଜସେବୀ କୈଳାସ ସତ୍ୟାର୍ଥୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ନିଜ ଅଭିଭାଷଣରେ ଆରଏସଏସ ମୁଖ୍ୟ ମୋହନ ଭାଗବତ ରାମମନ୍ଦିର ନିର୍ମାଣ ପ୍ରସଙ୍ଗରୁ ଆରମ୍ଭ କରି ସହରୀ ମାଓବାଦୀ ପ୍ରସଙ୍ଗ ଉଠାଇଥିଲେ।

ତେବେ ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ରାମ ମନ୍ଦିର ନିର୍ମାଣ ବିଷୟରେ ଶ୍ରୀ ଭାଗବତ କହିଛନ୍ତି, ସରକାର ଆଇନ ଆଣି ରାମ ମନ୍ଦିର ନିର୍ମାଣ କରନ୍ତୁ।  ସେହିପରି କେରଳର ପ୍ରସିଦ୍ଧ ଶାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ନେଇ ଭାଗବତ କହିଛନ୍ତି ଯେ ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ସମାନତା ରହିବା ଆବଶ୍ୟକ । ମାତ୍ର ବହୁ ବର୍ଷ ଧରି ଚାଲିରହିଥିବା ପରମ୍ପରା ଏବଂ ତାହାକୁ ପାଳନ କରୁଥିବା ଲୋକଙ୍କ ଭାବନାକୁ ସମ୍ମାନ ଦିଆଯିବା ଉଚିତ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories