ସନ୍ଧ୍ୟା ୭ଟା ମୁଖ୍ୟ ଖବର (ଶନିବାର ୧୭ ସେପ୍ଟେମ୍ବର)
ଷଣ୍ଢକୁ ଧକ୍କା ଦେଇ ଲାଇନଚ୍ୟୁତ ହେଲା ଜନଶତାଦ୍ଦୀ ଏକ୍ସପ୍ରେସ, ଭଦ୍ରକ ଡଗରା ସାହି ନିକଟରେ ଘଟିଛି ଏହି ଦୁର୍ଘଟଣା
ପୁରୀ ବ୍ଲୁ ଫ୍ଲାଗ ବେଳାଭୂମିରେ ଫୁଲଡ୍ରେସ ଏୟାର ସୋ, ଉଡ଼ିଲା ୯ଟି ଲଢ଼ୁଆ ବିମାନ
ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ସୋ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି। ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ଵାରା ସୂର୍ଯ୍ୟ କିରଣ ସୋ ମାଧ୍ୟମରେ ପୁରୀ ସମୁଦ୍ର କୂଳରେ ଦୁସାହାସିକ ଓ ରୋମାଚଂକର କଳା କୌଶଳ ପ୍ରଦର୍ଶିତ କରାଯାଇଥିଲା।
କେନ୍ଦ୍ରକୁ ଚିଠି ଲେଖିଲେ ନବୀନ, ୧୬୦ ଜାତିକୁ ଅନୁସୂଚିତ ଜନଜାତି ବର୍ଗ ତାଲିକାରେ
ରାଜ୍ୟ ସରକାର ଅନୁସୂଚିତ ଜନଜାତି ବର୍ଗ ତାଲିକାରେ ସାମିଲ ପାଇଁ ଦେଇଥିବା ବିଭିନ୍ନ ପ୍ରସ୍ତାବକୁ ବିଚାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଜନଜାତୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି। ସେ ଏହି ପତ୍ରରେ ଦର୍ଶାଇଛନ୍ତି ଯେ ୧୯୭୮ ମସିହା ପର ଠାରୁ ୧୬୦ଟି ଜାତିକୁ ଅନୁସୂଚିତ ଜନଜାତି ବର୍ଗର ତାଲିକାରେ ସାମିଲ କରିବା ରାଜ୍ୟ ସରକାର ପ୍ରସ୍ତାବ ଦେଇ ଆସିଛନ୍ତି।
ନେପାଳରେ ଭୂସ୍ଖଳନ ୧୩ ମୃତ ; ଏକାଧିକ ନିଖୋଜ
ପଶ୍ଚିମ ନେପାଳର ଅଛାମ ଜିଲାରେ ଏକ ବଡ ଧରଣର ଅଘଟଣ ହେବା ନେଇ ଆଜି ଖବର ମିଳିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଫଳରେ ପ୍ରାୟ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୧୦ ଜଣ ନିଖୋଜ ରହିବା ସହ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଉପମୁଖ୍ୟ ଜିଲା ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ମିଳିଛି। ଆବଶ୍ୟକ ଅନୁଯାୟୀ ଉଦ୍ଧାରକାରୀ ଦଳ ଓ ହେଲିକପ୍ଟରକୁ ନିୟୋଜିତ କରାଯାଇଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ; ଛୁଟୁଛି ଶୁଭେଚ୍ଛାର ସୁଅ
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିବସ। ଏହି ଅବସରରେ ମୋଦୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାହୁଲ ଗାନ୍ଧୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
୪୦ ବର୍ଗ କିମି ଅଞ୍ଚଳ ହରାଇଲା ଭାରତ
ସୀମା ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ପୂର୍ବ ଲଦାଖ ସେକ୍ଟରର ବିବାଦୀୟ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରିଛନ୍ତି ଭାରତ ଓ ଚୀନ। ନିଷ୍ପତ୍ତି ଆଧାରରେ ଗୋଗ୍ରା ହଟସ୍ପ୍ରିଙ୍ଗ ଅଞ୍ଚଳରୁ ଉଭୟ ନିଜର ସୈନ୍ୟ ହଟାଇଛନ୍ତି। ଗୋଗ୍ରା ହଟସ୍ପ୍ରିଙ୍ଗ୍ର ପାଟ୍ରୋଲିଂ ପଏଣ୍ଟ-୧୫ (ପିପି-୧୫)ରୁ ଉଭୟ ସୈନ୍ୟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ହୋଇଥିଲା। ମାତ୍ର ଚୀନ ସେନା ଭାରତକୁ ପିପି-୧୬ରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଚାପ ପକାଇଥିଲା। ଚୀନର ଚାପରେ ଭାରତ ପିପି-୧୬ର କେତେକ ପୋଷ୍ଟରୁ ନିଜର ସୈନ୍ୟ ପ୍ରତ୍ୟାହାର କରି ନେଇଛି। ଭାରତର ଏହି ପୋଷ୍ଟଗୁଡିକ ସୀମାର ବିବାଦୀୟ ଅଞ୍ଚଳରେ ନଥିଲା। ଏପରିକି ସୀମା ବିବାଦ ପୂର୍ବରୁ ଭାରତ ଏହାକୁ ନିର୍ମାଣ କରି ଥିଲା। ସୀମା ବିବାଦ ପରେ ନିର୍ମିତ ସେନା ପୋଷ୍ଟକୁ ହଟାଇବାକୁ ନିଷ୍ପତ୍ତି ହୋଇଥିଲା। ଏହିସବୁ ଅଞ୍ଚଳ ଭାରତ ଦୀର୍ଘ ୫୦ବର୍ଷ ହେଲା ନିଜ ଅଧୀନରେ ରଖିଥିଲା।
ମଧ୍ୟପ୍ରଦେଶର କୁନୋ-ପାଲପୁର ଅଭୟାରଣ୍ୟକୁ ଛଡାଗଲା ଚିତାବାଘ
ଆଜି ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ୪ଟି ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ଜନ୍ମଦିବସ ଅବସରରେ ପ୍ରଥମେ ପ୍ରଧାନମନ୍ତ୍ରୀ ଏହି ଭେଟି ଦେଇଛନ୍ତି। ନାମିବ୍ୟାୟାରୁ ଆସିଥିବା ଚିତାବାଘଙ୍କୁ ମଧ୍ୟପ୍ରଦେଶର କୁନୋ-ପାଲପୁର ଅଭୟାରଣ୍ୟରେ ଛାଡିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଅଭୟାରଣ୍ୟରେ ଛଡାଗଲା। କୁନୋ ଜାତୀୟ ଉଦ୍ୟାନରେ ୮ଟି ଚିତାବାଘ ଛାଡି ଜାତୀୟ ଉଦ୍ୟାନକୁ ଚିତାବାଘ ସମର୍ପଣ କଲେ।
Comments are closed.