www.samajalive.in
Sunday, December 7, 2025
14.1 C
Bhubaneswar

ପାନୀୟ ଜଳ ସମସ୍ୟା ନେଇ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ 

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଦୁଇଟି ଗ୍ରାମରେ ପାନୀୟଜଳ ସମସ୍ୟା ନେଇ ଚାଷୀ ଏକତା ପରିଷଦ ସହାୟତାରେ ଗ୍ରାମବାସୀ ମିଳିତରେ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ  ପ୍ରଦାନ କରିଛନ୍ତି । ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ଦୁଇ କିମି ହେବ ଧାମୁଣିପଙ୍ଗା ପଞ୍ଚାୟତର ଢେପାଗୁଡା ଓ କତାଗୁଡା ଗ୍ରାମରେ ବହୁଦିନ ଧରି ପାନୀୟ ଜଳ ସମସ୍ୟା ଲାଗିରହିଥିଲା ।ଏହାକୁ ନେଇ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ  ଗୁହାରି କରି ଆସୁଥିଲେ ମଧ୍ୟ କୌଣସି ସହାୟତା ମିଳିନଥିବା ଯୋଗୁଁ ଆଜି ରାୟଗଡାର ଚାଷୀ ଏକତା ପରିଷଦ ସହାୟତାରେ ଲିଖିତ ଅଭିଯୋଗ ନେଇ ବିଡ଼ିଓ ତାପସ କୁମାର ଭୋଇଙ୍କ  ନିକଟକୁ ଆସିଥିଲେ । ସେ ଅନ୍ୟ କାର୍ଯ୍ୟରେ ବାହାରକୁ ଯାଇଥିବା ଯୋଗୁଁ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ ଓ ବରିଷ୍ଠ କିରାଣୀ  ବିଶ୍ୱନାଥ ଗମଙ୍ଗଙ୍କୁ ପ୍ରଦାନ କରିଛନ୍ତି । ଏକ ମାସ ମଧ୍ୟରେ ନୂତନ ନଳକୂପ ଖନନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯଦି ଏକ ମାସ ମଧ୍ୟରେ ପାନୀୟ ଜଳ ସମସ୍ୟା ସମାଧାନ କରାନଗଲେ ଆଗାମୀ ଦିନରେ ଗ୍ରାମବାସୀ ସହ ଚାଷୀ ଏକତା ପରିଷଦ ମିଳିତରେ ବ୍ଲକ ଘେରାଉ କରିବୁ ବୋଲି ଜିଲା ସଭାପତି ପ୍ରତାପ ପୁଆଲା, ଜିଲା କାର୍ଯ୍ୟକାରିଣୀ ସଭାପତି ପଦ୍ମନାଭ ଚୌଧୁରୀ,  ସମ୍ପାଦକ ପ୍ରୀତମ କୁମାର  କହିଛନ୍ତି । ଉକ୍ତ ଲିଖିତ ପତ୍ରରେ  ଦୁଇଟି ଗ୍ରାମରେ ୯୦ଭାଗ ଲୋକ ଚାଷୀ ପରିବାର ରହିଛନ୍ତି । ସମସ୍ତେ ଚାଷ ଉପରେ ନିର୍ଭର କରି ରହିଛନ୍ତି । ନଳକୂପ ବ୍ୟବସ୍ଥା, ଗ୍ରାମର ଲୋକେ ନଦୀ, ନାଳ ଓ ଅନ୍ୟ ସାହିର ନଳକୁପରୁ ପାଣି ନେଇ ବ୍ୟବହାର କରୁଛନ୍ତି । ନଦୀ ନାଳର ପାଣି ବ୍ୟବହାର କରି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଜଳର ଅଭାବ ଯୋଗୁଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ସମ୍ମୁଖିନ ହେଉଛନ୍ତି ବୋଲି ଉଲ୍ଲେଖ କରିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories