ହରଭଙ୍ଗା ବ୍ଲକ୍‌ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ – କନ୍ୟାଶ୍ରମରେ ପହଞ୍ଚି ବିଭିନ୍ନ ସମସ୍ୟା ବିଷୟରେ କଥା ହେଲେ

ହରଭଙ୍ଗା -ବୌଦ୍ଧ ଜିଲ୍ଲାପାଳ ସତ୍ୟରଞନ ସାହୁ ବୁଧୁବାରରେ ହରଭଙ୍ଗା ବ୍ଲକ ପରିଦର୍ଶନ କରିଛନ୍ତି । ଜିଲ୍ଲାପାଳ ପ୍ରଥମେ ବ୍ଲକର ଲୁଣିବାହାଲ ଦୁଗ୍ଧଶୀତଳୀକରଣ ପ୍ଲାଂଟ ପରିଦର୍ଶନ କରିଥିଲେ ।ପ୍ଲାଂଟ ସମ୍ମୁଖ ଅପରିଷ୍କାରଥିବା ଦେଖି କ୍ଷୋଭ ପ୍ରକାଶ କରିଥିଲେ । ପ୍ରଦୂଷଣ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

prayash

ଲୁଣିବାହାଲ ପଂଚାୟତ କାର୍ଯ୍ୟାଳୟ ବୁଲି ଦେଖିବା ସହ ଭତ୍ତା ପ୍ରଦାନ ବିଷୟରେ ପିଇଓଙ୍କୁ ପଚରାଉଚରା କରିଥିଲେ । ସେଠାରେ ନିର୍ମାଣଧିନ ଥିବା ଆଦିବାସୀ ଛାତ୍ରାବାସ ଏବଂ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ନିର୍ମାଣଧିନ ଥିବା ବାବୁ ଜଗଜୀବନ ଛାତ୍ରାବାସ ବୁଲି ଦେଖିଥିଲେ । ବଡବନ୍ଧ କନ୍ୟାଶ୍ରମ ସ୍କୁଲ ପରିଦର୍ଶନ କରିବା ସହିତ ପିଲାଙ୍କ ସହିତ ସୁବିଧା ଅସୁବିଧା ଏବଂ ପାଠପଢା ବିଷୟରେ ପଚରାଉଚରା କରିଥିଲେ ।ତୃତୀୟ ପର୍ଯ୍ୟାୟରେ ଚାଲିଥିବା ୫ଟି ସ୍କୁଲ୍‌ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ।ବନ୍ଦ ହୋଇପଡିଥିବା ଚାରିଛକ ଦୁଗ୍ଧ ଶୀତଳି କରଣ ପ୍ଲାଂଟ ତୁରନ୍ତ ଚାଲୁ କରିବା ପାଇଁ ସି.ଡି.ଭି.ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଶେଷରେ ମଣିପୁରସ୍ଥିତ ଆଦର୍ଶ ବିଦ୍ୟାଳୟକୁ ପଂହଚି ପରିଦର୍ଶନ କରିବା ସହିତ ଆଉ ଏକ ନଳକୂପ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟୁତ୍‌ ସମସ୍ୟା ସମାଧାନ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହା ସହିତ ପିଲାଙ୍କ ପାଇଁ ରୋଷେଇ ହେଉଥିବା ମଧ୍ୟାହ୍ନ ଭୋଜନର ମାନ ମଧ୍ୟ ଯାଂଚ କରିଥିଲେ । ଶେଷରେ ସ୍କୁଲର ଉନ୍ନୟନ ବୈଠକରେ ଯୋଗଦାନ କରି ବୌଦ୍ଧ ଫେରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହିତ ହରଭଙ୍ଗା ବି.ଡି,ଓ ରବିନ୍ଦ୍ରନାଥ କହଁର,ବୌଦ୍ଧ ସି.ଡି.ଭି.ଓ ପ୍ରଦୀପ କୁମାର ରଥ,ହରଭଙ୍ଗା ବ୍ଲକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନରଞନ ପାତ୍ର,ସହକାରୀ ଯନ୍ତ୍ରୀ ମନୋଜ କୁମାର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.