www.samajalive.in
Saturday, December 13, 2025
23.1 C
Bhubaneswar

ସେନା ଡାକ୍ତରଖାନାରେ ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର, ୪ ଯବାନଙ୍କ ବିରୋଧରେ ମାମଲା ରୁଜୁ

ପୁନେ : ପୁଣେସ୍ଥିତ ଏକ ସେନା ହସ୍ପିଟାଲରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ସେନାର ଯବାନ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ୪ ଜଣ ଯବାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।
ସୂଚନା ଅନୁସାରେ ଗତ କିଛି ବର୍ଷ ହେବ ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କରାଯାଉଥିଲା। ସେନା ହସ୍ପିଟାଲ ପ୍ରଶାସନ ଏହି ମାମଲାରେ ଚୁପ୍‍ ରହିଥିଲା। ମହିଳା ଜଣକ ପ୍ରତିରକ୍ଷା ମନ୍ତ୍ରାଳୟକୁ ନ୍ୟାୟ ଏବଂ ସହାଯ୍ୟ ମାଗିବା ପରେ ଘଟଣା ପଦାକୁ ଆସିଛି। ମହିଳା ଜଣକ ଖଡ଼କି ପୁଲିସ୍‍ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଖଡକି ଥାନା ପୁଲିସ୍‍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ପ୍ରତିରକ୍ଷା ମନ୍ତ୍ରାଳୟ ଘଟଣାର ତଦନ୍ତ ନିର୍ଦେଶ ଦେଇଛି। ଅଭିଯୋଗ ଅନୁସାରେ ପୀଡ଼ିତା ମହିଳା ଜଣକ ପୁନେର ସେନା ହସ୍ପିଟାଲରେ କାର୍ଯ୍ୟ କରନ୍ତି। ୨୦୧୫ରୁ ତାଙ୍କ ସହ ବଳାତ୍କାର କରାଯାଉଛି। ଭାରତୀୟ ସେନାର ୩ ଜଣ ଯବାନ ତାଙ୍କୁ ଭିନ୍ନ ଭିନ୍ନ ସମୟରେ ବଳାତ୍କାର କରିଥିଲେ। ଆଉ ଜଣେ ଯବାନ ତାଙ୍କୁ ନିୟମିତ ଯୌନ ନିର୍ଯାତନା ଦେଇ ଆସୁଥିଲେ।
ହସ୍ପିଟାଲ କର୍ତ୍ତୃପକ୍ଷ କୌଣସି ସାହଯ୍ୟ ନ କରିବାରୁ ପୀଡ଼ିତା ଜଣକ ଇନ୍ଦୋର ପୁଲିସ୍‍ ହେଲ୍ପ ଲାଇନକୁ କଲ୍‍ କରି ସାହାଯ୍ୟ ମାଗିଥିଲେ। ପୁଲିସ୍‍ ହେଲ୍ପଲାଇନ୍‍ ମୁଖ୍ୟ ପୁରୋହିତ ଦମ୍ପତିଙ୍କ ସହାୟତାରେ ସେ ଡିଆଇଜି ହରିନାରାୟଣ ଚାରୁମିଶ୍ରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ। ଡିଆଇଜି ମିଶ୍ର ପୁନେ ଆସି ପୁଲିସ୍‍ ଅଧିକାରୀଙ୍କୁ ଏ ବିଷୟରେ ଜଣାଇବା ସହ ମାମଲା ରୁଜୁ କରିବାରେ ସହଯୋଗ କରିଥିଲେ। ଏହାପରେ ମହିଳା ଜଣକ ପ୍ରତିରକ୍ଷା ମନ୍ତ୍ରାଳୟକୁ ସାହାଯ୍ୟ ଓ ନ୍ୟାୟ ମାଗିଥିଲେ।
ପ୍ରକାଶ ଯେ ମହିଳାଙ୍କ ଏକ ୧୨ ବର୍ଷର ପୁଅ ଅଛି। ସ୍ୱାମୀର ମୃତ୍ୟୁ ପରେ ଜୀବନ ନିର୍ବାହ ପାଇଁ ମହିଳା ଜଣକ ପୁନେ ଖଡକିସ୍ଥିତ ସେନା ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି।

Hot this week

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

Related Articles

Popular Categories