www.samajalive.in
Thursday, December 11, 2025
23.1 C
Bhubaneswar

୯୫ ବର୍ଷ ତଳର ଡିଜ୍‌ନୀ ଲ୍ୟାଣ୍ଡ

ୱାଲ୍ଟ ଡିଜ୍‌ନୀଙ୍କ କାର୍ଟୁନ୍ ଚରିତ୍ର ଏବେ ମଧ୍ୟ ଦେଶବିଦେଶରେ ଖୁବ୍ ଲୋକପ୍ରିୟ। ପ୍ରାୟ ୧୦୦ ବର୍ଷ ତଳେ ସେ ଏସବୁ ମିକି ମାଉସ୍, ମିନି ମାଉସ୍, ପ୍ଲୁଟୋ, ଡୋନାଲଡ୍ ଡକ୍ ଆଦି ଚରିତ୍ରକୁ ଚିତ୍ରାୟିତ କରିଥିଲେ। ଆଜି ବିଶ୍ବର ପ୍ରମୁଖ ପ୍ରାନ୍ତରେ ଡିଜ୍‌ନୀଲ୍ୟାଣ୍ଡ ମନୋରଞ୍ଜନଧର୍ମୀ ପାର୍କମାନ ମଧ୍ୟ ନିର୍ମିତ। ତନ୍ମଧ୍ୟରୁ ସବୁଠୁ ପୁରାତନ ଓ ଲୋକପ୍ରିୟ ଡିଜ୍‌ନୀ ପାର୍କ ହେଉଛି କାଲିଫର୍ଣ୍ଣିଆସ୍ଥିତ ‘ଡିଜ୍‌ନୀଲ୍ୟାଣ୍ଡ’। ୱାଲ୍ଟ ଡିଜ୍‌ନୀ ନିଜେ ଏଇ ପାର୍କର ଡିଜାଇନ୍ ସନା ଭାଇ ସହ ମିଳିତ ଭାବେ ଆରମ୍ଭ କରିଥିଲେ।ଏଇ ବୃହତ୍ ପାର୍କ ନିର୍ମାଣ ନିମନ୍ତେ କୋଟିକୋଟି ଟଙ୍କାର ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଯଦିଓ ଏନେଇ ଅସୁବିଧା ଉପୁଜିଥିଲା, କିନ୍ତୁ ପରେ ବିଭିନ୍ନ ଆଡ଼ୁ ସହାୟତାର ହାତ ମିଳିଥିଲା। ବଡ଼ଦିନ ଓ ନୂଆ ବର୍ଷ ଅବସରରେ ଏଇ କାଲିଫର୍ଣ୍ଣିଆ ଡିଜ୍‌ନୀଲ୍ୟାଣ୍ଡରେ ଗ୍ରାହକଙ୍କ ନିମନ୍ତେ ସଂଖ୍ୟାଧିକ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହେଉଥିବାବେଳେ ବର୍ଷକୁ ଏଠାକୁ ୫୫ଲକ୍ଷରୁ ଅଧିକ ପର୍ଯ୍ୟଟକ ଆସୁଥିବାର ପ୍ରକାଶ। ୧୯୨୩ ଅକ୍ଟୋବର ୧୬ର ଏଇ ଡିଜ୍‌‌ନୀଲ୍ୟାଣ୍ଡ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯାଇଥିଲା। ଗତ ୯୫ ବର୍ଷ ମଧ୍ୟରେ ପାର୍କର ବିଭିନ୍ନ ପ୍ରାନ୍ତରେ ସର୍ବାଙ୍ଗୀଣ ଉନ୍ନତି କରାଯାଇଛି।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories