ଗଜପତିରେ ପୁଣି ଜନନୀ ଯନ୍ତ୍ରଣା; ଭଲ ରାସ୍ତା ନଥିବାରୁ ଗାଁରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ

ମୋହନା: ରା.ଉଦୟଗିରି ଅନ୍ତର୍ଗତ କୁମୁଟିପଙ୍କାଳ ଗାଁର ଉଆଳି ମଳିକଙ୍କ ସ୍ତ୍ରୀ ଲଳିତା ମଳିକ ପ୍ରାୟ ୮ ମାସର ଗର୍ଭବତୀ ଥିଲେ। ଲଳିତାଙ୍କ ପ୍ରସବ ବେଦନା ହେବାରୁ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ, ହେଲେ ଆମ୍ବୁଲାନ୍ସ ଆସି ଗଞ୍ଜାମ ଗଜପତି ସୀମାନ୍ତ ବଡପଦା ନିକଟରେ ଅଟକି ରହିଯାଇଥିଲା। ଆଗକୁ ଭଲ ରାସ୍ତା ନଥିଲା। କୁମୁଟିପଙ୍କାଳ ଗାଁ ଲୋକଙ୍କ ସହାୟତାରେ ଲଳିତାଙ୍କୁ ପ୍ରାୟ ୫ କିମି କାଦୁଅ ପଚ଼ପଚ଼ ରାସ୍ତାରେ ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ। ପରେ ଲଳିତାଙ୍କୁ ଗଞ୍ଜାମ ଜିଲ୍ଲା ଡେଙ୍ଗାଉସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ବାରମ୍ଵାର ଗ୍ରାମବାସୀ ଭଲ ରାସ୍ତା ଖଣ୍ଡିଏ ନିର୍ମାଣ ପାଇଁ ପ୍ରଶାସନ ନିକଟରେ ଅଭିଯୋଗ କରି ଆସିଥିଲେ ମଧ୍ୟ ସୁଫଳ ନମିଳିବାରୁ ଦୁଃଖ ପ୍ରକାଶ କରିଛନ୍ତି।

Comments are closed.