ହିର୍ଲିପାଲି ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଦିବସ

ରେଙ୍ଗାଲିକ୍ୟାମ୍ପ: ହିର୍ଲିପାଲି ଉଚ୍ଚ ବିଦ୍ୟାଳୟଠାରେ ବୁଧବାର ପ୍ରଧାନ ଶିକ୍ଷକ ଓକିଲ ପ୍ରଧାନଙ୍କ ସଭାପତିତ୍ବରେ ହିିନ୍ଦୀ ଦିବସ ପାଳିତ ହୋଇଯାଇଛି। ହିନ୍ଦୀ ଭାରତର ରାଷ୍ଟ୍ର ଭାଷା। ପିଲାମାନେ ଏକଥା ନିଶ୍ଚୟ ଜାଣିବା ସହ ତାକୁୁ ସମ୍ମାନ ଦେବା ନିିହାତି ଆବଶ୍ୟକ। ତେଣୁ ବିିଦ୍ୟାଳୟମାନଙ୍କରେ ଅନ୍ୟ ଦିବସ ପରି ଏହାକୁ ଅତି ଆଦରର ସହ ପାଳନ କରିବା ଉଚିତ୍। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ଆଜି ପିଲାଙ୍କ ମଧ୍ୟରେ ହିିନ୍ଦୀ ଭାଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ବିଭିିନ୍ନ ପତିଯୋଗୀତା କରାଯାଇଥିଲା। ବକ୍ତୃତା ପ୍ରତିଯୋଗୀତାରେ ଅର୍ପିତା ପ୍ରଧାନ ପ୍ରଥମ, ପ୍ରତୀକ୍ଷା ପ୍ରଧାନ ୨ୟ ଓ ବିଉଟି ଭୁଏ ୩ୟ ସ୍ଥାନ ହାସଲ କରିଥିଲେ। ବିଗତ ଏସଏ-୨ରେ ହିନ୍ଦୀରେ ସର୍ବାଧିକ ନମ୍ବର ରଖିଥିବା ଶାନ୍ତି ଲତା ମେହେରଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ହିନ୍ଦୀ ଶିକ୍ଷକ ବଳରାମ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ହିନ୍ଦୀ ଦିବସର ବିଶେଷତ୍ବ ସମ୍ବନ୍ଧରେ ଆଲୋକପାତ କରିଥିଲେେ । ହିନ୍ଦୀର ପ୍ରଚାର ପ୍ରସାରରେ ସକ୍ରିୟ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷକ ରବୀନ୍ଦ୍ର କୁମାର ପଣ୍ଡା ଓ ଦିପକ ପ୍ରଧାନ ମଧ୍ୟ ଅଂଶଗ୍ରହଣ କରିଥିଲେ। ଶେଷରେ ଖେଳ ଶିକ୍ଷକ ପ୍ରତାପ ଗଡତିଆ ଧନ୍ୟବାଦ ଜ୍ଞାପନ କରିଥିଲେ।

Comments are closed.