ଶୂନ୍ୟ ହସ୍ତରେ ଫେରିଲେ ଅବକାରୀ ବିଭାଗ; ଘଣ୍ଟ ଘୋଡାଇ ରଖିଲେ ବେଆଇନ ମଦବେପାରୀଙ୍କୁ!
ରେଙ୍ଗାଲିକ୍ୟାମ୍ପ: ଅବକାରୀ ବିଭାଗ ଗୋଟିଏ ଗାଁର ଗୋଟିଏ କିମ୍ବା ଦୁଇଟା ନୁହେଁ, ଆଠ ଆଠଟି ଘର ଚଢାଉ କରି ଶୂନ୍ୟ ହସ୍ତରେ ଫେରିବା ମନରେ ଅସୁମାରୀ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପ୍ରକୃତରେ ଶୂନ୍ୟ ହସ୍ତ ନା ପକେଟ୍ ପୂର୍ଣ୍ଣ ହସ୍ତ ଶୂନ୍ୟ ହୋଇ ଫେରିଛି। ପ୍ରକୃତରେ କଥାଟି ଶୁଣିଲେ ମନକୁ ବଡ ଅଡ଼ୁଆ ଲାଗୁଛି। ଯାହା ଦେଖିବାକୁ ମିଳିଛି ଉଦେପୁର ଗ୍ରାମରେ । ମଙ୍ଗଳବାର ସନ୍ଧ୍ୟା ୭ଟାରୁ ୮ଟା ଭିତରେ ବରଗଡ଼ ଜିଲ୍ଲାର ଅବକାରୀ ପୁଲିସ ଓ ଅତାବିରା ଅବକାରୀ ପୁଲିସ ଚଢ଼ାଉ କରିଥିଲେ । କିନ୍ତୁ ଆଠଟି ପରିବାର ବା ଘରକୁ ଚଢ଼ାଉ ପରେ ମଧ୍ୟ ଶୂନ୍ୟ ହସ୍ତରେ ଫେରିଥିବା ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଜଣାପଡ଼ିଛି ଯେ ଗାଁରେ ବେଆଇନ ମଦ ବିକ୍ରି କରାଯାଉଥିବା ନେଇ ଗାଁର ମହିଳାମାନେ ଅତିଷ୍ଟ ହୋଇପଡ଼ିଥିଲେ । କାରଣ ମଦ ପିଇ ପୁରୁଷମାନେ ପ୍ରତିଦିନ ଘରେ ପରିବାର ସହ ଝଗଡା କରୁଛନ୍ତି। ଭେଣ୍ଡିଆ ପିଲାମାନେ ଦିନସାରା ପରିଶ୍ରମ କରି ଟଙ୍କା ରୋଜଗାର କରୁଛନ୍ତି, ସଞ୍ଜ ନଇଁଲା ପରେ ପଇସା ଗଣି ଭାଟିରେ ମାତାଲ୍ ହେଉଛନ୍ତି । ଘରେ ପିଲା ଛୁଆ, ବାପା ମାଁ କେତେ ଦୁଃଖରେ ଭୋକ ଉପାସରେ ଦିନ କରୁଛନ୍ତି । ତେଣୁ ଏହି ବେଆଇନ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ମହିଳାମାନେ ଗତକାଲି ବରଗଡ଼ ଜିଲ୍ଲାପାଳ ଓ ଅବକାରୀ ବିଭାଗ ରେ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କ୍ରମେ ଆଜି ସନ୍ଧ୍ୟାରେ ଅବକାରୀ ପୁଲିସ ଗ୍ରାମରେ ଚଢ଼ାଉ କରିଥିଲା । ଆଠଟି ଘରକୁ ଚଢ଼ାଉ କରିବା ପରେ ଶୂନ୍ୟ ହସ୍ତରେ ଫେରିଥିଲା । ତେଣୁ ଅବକାରୀ ବିଭାଗ ପ୍ରତି ଜଣସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ତୁଟି ଯାଇଛି ଏହି ଖବର ସାଧାରଣରେ ଜୋର୍ ଚର୍ଚ୍ଚା ଧରିଛି । ମଦବେପାରିଙ୍କ ସୁରକ୍ଷାରେ ଅବକାରୀ ପୁଲିସ ନା ଅବକାରୀ ବିଭାଗର ଛତ୍ରଛାୟାରେ ମଦ ବିକାଳୀ,‘ କିଛି ଜାଣି ହେଉ ନାହିଁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ଅବକାରୀ ପୁଲିସ, ମଦ ବେପାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ସେମାନଙ୍କୁ ସୁରକ୍ଷା ଯୋଗାଉଛନ୍ତି। ଏଇ ମଦ ବେପାରିଙ୍କ ପାଇଁ ଅନେକ ପରିବାରର ଅବସ୍ଥା ରସାତଳକୁ ଗଲାଣି ।
ଗୋଟିଏ ଦିନ ପୂର୍ବରୁ ପାଲି ବୁଗୁବୁଗାରେ ଭେଜାଲ ମଦ ପିଇ ଜଣେ ମୃତ୍ୟୁ ମୁଖରେ ପଡ଼ିଥିବା ଲୋକେ କହନ୍ତି, ତେବେ ଦୁଇଜଣ ଏବେ ବି ଗୁରୁତର । ତଥାପି ଅବକାରୀ ବିଭାଗର ଏହିପରି କାର୍ଯ୍ୟକଳାପ ଆଜି ଜନ ମୁଖରେ ନିନ୍ଦିତ ହେଉଛି। ଆଗତୁରା ସତର୍କ କରିଦେଇ ପଛେରେ କେବଳ ଲୋକ ଦେଖାଣିଆ ଢଙ୍ଗରେ ଚଢ଼ାଉ କରୁଛି । ଗାଆଁରେ ଲୋକ ମଦ ପିଇ ମାତାଲ୍ ହେଉଥିବା ବେଳେ, ଅବକାରୀ ପୁଲିସ ଶୂନ୍ୟ ହସ୍ତରେ ଫେରିବା ବଡ ପରିତାପର ବିଷୟ । ମଦୁଆଙ୍କୁ ଧରିବାରେ ବ୍ୟସ୍ତ ଥିବା ପୁଲିସ ବେଆଇନ ମଦ ବେପାରିଙ୍କ ସାତଖୁଣକୁ ମାଫ୍ କରି ଦେଇଛି, ହେଲେ ଆମକୁ ମୃତ୍ୟୁ ନିକଟରେ ପହଞ୍ଚାଇ ଦେଇଛି ବୋଲି ମହିଳା ତଥା ଅନ୍ୟମାନେ ପ୍ରକାଶ କରିଛନ୍ତି । ଏହି ଅବକାରୀ ଦଳରେ ଥିଲେ ବରଗଡ଼ ଅବକାରୀ ଅଧିକାରୀ ରଶ୍ମିତା ଲେକ୍ରା, ଅବକାରୀ ଓଆଇ ସି ଆରତୀ ମିଞ୍ଚ, ଭାରତୀ ନାଏକ, ଯୁବରାଜ ବାଗ, ବୃନ୍ଦାବତୀ ଭୂୟାଁଙ୍କ ସହ ମୋବାଇଲ୍ ଦଳ ରହିଥିଲେ। ତେବେ ଦିନକୁ ଦିନ ମଦୁଆଙ୍କ ସଂଖ୍ୟା ବଢ଼ି ଚାଲୁଥିବା ବେଲେ, ଅବକାରୀ ବିଭାଗର ଏପରି କାର୍ଯ୍ୟକଳାପ ବଡ ଚିନ୍ତାର ବିଷୟ ପାଲଟିଛି। ମଦ ପିଇ ଲୋକେ ବେହାଲ ହେଉଥିବା ବେଳେ ଅବକାରୀ ପୋଲିସ ମାଲାମାଲ । ମଜା ଦେଖୁଛି ଦୁର୍ଦ୍ଦଶା ଗ୍ରସ୍ତ ପରିବାରର । ତେବେ କାହା ସୁରକ୍ଷାରେ ଅବକାରୀ ବିଭାଗ ?
Comments are closed.