www.samajalive.in
Tuesday, December 9, 2025
23.1 C
Bhubaneswar

୫ଟି ସଚିବ ଓ ରାଜ୍ୟ ସାଂଗଠନିକ ସମ୍ପାଦକଙ୍କ ଆରଡ଼ି ଗସ୍ତ ନେଇ ପ୍ରଶାସନିକ ପ୍ରସ୍ତୁତି

ଆରଡି: ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଓ ରାଜ୍ୟ ସାଂଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ମଙ୍ଗଳବାର ପ୍ରସିଦ୍ଧ ଶୈବକ୍ଷେତ୍ର ଆଖଣ୍ଡଳମଣି ପୀଠ ଗସ୍ତକୁ ନେଇ ସୋମବାର ପୀଠରେ ଉଭୟ ଜିଲା ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତ କରାଯାଇଛି। ଭଦ୍ରକ ଉପଜିଲାପାଳ ତଥା ମନ୍ଦିର ମ୍ୟାନେଜିଂ ଟ୍ରଷ୍ଟି ମନୋଜ ପାତ୍ର, ଚାନ୍ଦବାଲି ବିଡିଓ ଜ୍ୟୋତିବିକାଶ ଦାସ, ତହସିଲଦାର ସୁଶାନ୍ତ ସୁତାର ପ୍ରମୁଖ ପୀଠରେ ଚାଲିଥିବା ମନ୍ଦିର ସମ୍ପ୍ରସାରଣ କାର୍ଯ୍ୟର ତଦାରଖ କରିବା ସହ ସମ୍ପନ୍ନ ହୋଇଥିବା ମନ୍ଦିର ବେଢା ଚଟାଣ, ଚାରି ଦ୍ବାର ଗୁମୁଟ, ଶ୍ରାବଣୀମଣ୍ଡପ ଆଦି ସ୍ଥାନ ବୁଲି ଦେଖିଥିଲେ। ପ୍ରଶାସନିକ ଅଧିକାରୀଙ୍କ ସହ ମନ୍ଦିରର ବରିଷ୍ଠ ସେବାୟତ ଅରବିନ୍ଦ ପାଢୀ, ଗଦାଧର ପାଢୀ, ପ୍ରଶାନ୍ତ ପାଢୀ, ଦିଲିପ ପାଢୀ, ଅଚ୍ୟୁତାନନ୍ଦ ପାଢୀ, ବିଭୁତି ପାଢୀ, ସରୋଜ ଦାସ, ନିର୍ବାହୀ ଅଧିକାରୀ ବିଦ୍ୟାଧର ପଲାଇ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ତାହାସହ ମଣିବାବାଙ୍କ ପବିତ୍ର ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବରେ ହେବାକୁ ଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ମଣିବାବାଙ୍କ ମନ୍ଦିର ବେଢା ଓ ଚତୁଃପାର୍ଶ୍ବର ସମ୍ପ୍ରସାରଣ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ଆସିଥିବା ୬କୋଟି ଟଙ୍କାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ୨ୟ ପର୍ଯ୍ୟାୟ କାର୍ଯ୍ୟ ନିମନ୍ତେ ୭୨କୋଟି ଟଙ୍କାର ଏକ ଖସଡା ପ୍ରସ୍ତୁତ କରାଯାଇଛି। ଏହି ସମ୍ପ୍ରସାରଣ କାର୍ଯ୍ୟରେ ପୀଠକୁ ଅଧିକ ସୁନ୍ଦର ଭାବେ ଗଢି ତୋଳିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇଛି। ଏଥିପାଇଁ ମନ୍ଦିର ଚତୁଃପାର୍ଶ୍ବ ଓ ମୁଖ୍ୟ ବଜାର ରାସ୍ତାର ଉଭୟ ପାର୍ଶ୍ବରୁ ୧୩୨ପରିବାରଙ୍କୁ ବିସ୍ଥାପିତ କରାଯିବ। ତାହାସହ ୩ଟି ଅତ୍ୟାଧୁନିକ ଗାଡି ପାର୍କିଂ, ମନ୍ଦିର ଚତୁଃପାର୍ଶ୍ବରେ ଐତିହ୍ୟ କରିଡର, ଭକ୍ତଙ୍କ ଉପାସନା ଗୃହ, ଭୋଗମଣ୍ଡପ, ଆନନ୍ଦ ବଜାର, ପୁଷ୍କରିଣୀରେ ଲାଇଟ ଏଣ୍ଡ ସାଉଣ୍ଡ, ଶିବ ମଣ୍ଡପ, ଭଜନ ମଣ୍ଡପ ଆଦି ଯୋଜନା କରାଯିବା ପାଇଁ ସ୍ଥିର ହୋଇଛି। ଏହି ଯୋଜନା କାର୍ଯ୍ୟକାରୀ ନିମନ୍ତେ ୫ଟି ସଚିବ ଭି.କେ ପାଣ୍ଡିଆନ ଓ ରାଜ୍ୟ କାର୍ଯ୍ୟକାରୀ ସମ୍ପାଦକ ପ୍ରଣବପ୍ରକାଶ ଦାସ ଆସନ୍ତା ମଙ୍ଗଳବାର ଆରଡି ପୀଠକୁ ଆସିବାର କାର୍ଯ୍ୟକ୍ରମ ରହିଛି।

Hot this week

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

ଜନଗଣନା ପାଇଁ ଜାନୁଆରୀ ୧୫ ସୁଦ୍ଧା ହେବେ କାର୍ଯ୍ୟକର୍ତ୍ତା ନିଯୁକ୍ତି

ସମାଜ ଲାଇଭ ଡ଼େସ୍କ : ୨୦୨୭ ଜନଗଣନା ପାଇଁ ଆଗାମୀ ଜାନୁଆରୀ...

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

Related Articles

Popular Categories