ପୂଜ୍ୟ ପ୍ରଣାମ -ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା ତଥା ଜନକ ଦାଶରଥି ପଟ୍ଟନାୟକ

ଦାଶରଥି ପଟ୍ଟନାୟକ
ଓଡ଼ିଆ ପାଠାଗାର ଆନ୍ଦୋଳନର ପୁରୋଧା ତଥା ଜନକ ଦାଶରଥି ପଟ୍ଟନାୟକ ୧୯୦୭ ମସିହା ଜୁଲାଇ ୧୨ରେ ଜନ୍ମଗ୍ରହଣ କରିଥିଲେ। ସେ ଦାଶିଆ ଅଜା ଭାବରେ ମଧ୍ୟ ପରିଚିତ। ତାଙ୍କର ବହି ସଂଗ୍ରହ ଏକ ପାଠାଗାର ଆନ୍ଦୋଳନର ରୂପ ନେଇଥିଲା।

prayash

ସେ ମୁଣ୍ଡରେ ଠେକା ଭିଡ଼ି ଓ କାନ୍ଧରେ ଝୁଲା ମୁଣା ଧରି ସମଗ୍ର ଓଡ଼ିଶା ବୁଲି ବହି ସଂଗ୍ରହ କରୁଥିଲେ। ହାତ ପାତି ସମସ୍ତଙ୍କୁ ପୋଥି, ପୁସ୍ତକ, ବିଭିନ୍ନ ପୁରାତନ ସଂସ୍କୃତିର ସନ୍ତକ ଆଣୁଥିଲେ। ପ୍ରତିଦିନ ୧୦୦ରୁ ଅଧିକ ପୋଷ୍ଟକାର୍ଡ ସେ ଲେଖୁଥିଲେ।

ଦାସିଆ ଅଜାଙ୍କ ପାଠାଗାରରେ ବିଭିନ୍ନ ଭାଷାର ୫୦ ହଜାରରୁ ଅଧିକ ପୁସ୍ତକ ଓ ୬୫ ହଜାରରୁ ଅଧିକ ପତ୍ରପତ୍ରିକା ରହିଛି। ୪୨ଟି ଭାଷାର ଶତାଧିକ ତାଳପତ୍ର ପୋଥି ରହିଛି। ୧୯୯୭ ମସିହା ସେପ୍ଟେମ୍ବର ୧୨ତାରିଖରେ ତାଙ୍କର ପରଲୋକ ହୋଇଥିଲା।

Comments are closed.