‘ବ୍ଲୁ ଟୋକାଇ’ ଆରମ୍ଭ କଲା କୋରାପୁଟ କଫିର ବ୍ୟବସାୟ
ଭୁବନେଶ୍ୱର : କଳିଙ୍ଗ ଦେଶୀ ଆଗ୍ରୋ ଫାଉଣ୍ଡେସନ୍ (କେଡ଼ିଏଫ୍) ଏହାର ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଦ୍ୱାରା କୋରାପୁଟ କଫିର ଦେଶବ୍ୟାପୀ ଖୁଚୁରା ବ୍ୟବସାୟ ଶୁଭାରମ୍ଭ କରିଛି। ବ୍ଲୁ ଟୋକାଇ କଫି ରୋଷ୍ଟର୍ସ ଭାରତର ସର୍ବବୃହତ ସ୍ପେସିଆଲିଟି କଫି ରୋଷ୍ଟର ଭାବରେ ପରିଚିତ। ଚଳିତ ବର୍ଷ ପର୍ଯ୍ୟନ୍ତ, ବ୍ଲୁ ଟୋକାଇ ଦ୍ୱାରା ସମସ୍ତ କଫି କର୍ଣ୍ଣାଟକ ଏବଂ ତାମିଲନାଡ଼ୁରେ ଅବସ୍ଥିତ ପ୍ରମୁଖ ଫାର୍ମ ଏବଂ ଇଷ୍ଟେଟରୁ ଆସୁଥିଲା । କେଡ଼ିଏଫ୍ ଉଦ୍ୟମରେ ବ୍ଲୁଟୋକାଇ ଦଳ କୋରାପୁଟର ଏକାଧିକ ଫାର୍ମରୁ କଫିର ସ୍ୱାଦ ଚାଖିବାରେ ସକ୍ଷମ ହୋଇଥିଲେ। ପ୍ରଥମଥର ପାଇଁ ପାନ୍-ଇଣ୍ଡିଆ ଲଞ୍ଚ ପାଇଁ କୋରାପୁଟ ଜିଲାର ଦୁଇଟି ଫାର୍ମରୁ କଫି ଚୟନ କରିଥିଲା । ଭାରତରେ ଉତ୍ପାଦିତ ହେଉଥିବା କେତେକ ସର୍ବୋତ୍ତମ କଫି ସହିତ ଗୁଣାତ୍ମକ ଉତ୍ପାଦନରେ କୋରାପୁଟର କଫି ଚାଷୀଙ୍କ ଦ୍ୱାରା କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତର ପ୍ରମାଣ ଅଟେ। ମଧୁ ଆଗ୍ରୋ ପ୍ଲାଣ୍ଟେସନ୍ ଏବଂ ମା’ ମଙ୍ଗଳା ପ୍ଲାଣ୍ଟେସନ୍ ବ୍ଲୁ ଟୋକାଇ ଦ୍ୱାରା ମନୋନୀତ ହୋଇଛନ୍ତି । ମଧୁ ଆଗ୍ରୋ ପ୍ଲାଣ୍ଟେସନ ହେଉଛି ୪୫ ଏକର ବୃକ୍ଷରୋପଣ ଯାହାକି ଟି. ନିର୍ମଳା ରେଡ୍ଡୀ ଏବଂ ରାଜେଶ୍ୱରୀ ରେଡ୍ଡୀଙ୍କ ମାତା ଏବଂ ଝିଅଙ୍କ ଦ୍ବାରା ପରିଚାଳିତ। କୋରାପୁଟ ଅଞ୍ଚଳରୁ ବାହାରୁଥିବା କିଛି ସର୍ବୋତ୍ତମ କଫି ଉତ୍ପାଦନ ପାଇଁ ଆଧୁନିକ ଅଭ୍ୟାସ ଜାରି ରଖିଛନ୍ତି । ଦେଓମାଳିର ପାଦଦେଶରେ ଅବସ୍ଥିତ ମା’ ମଙ୍ଗଳା ବୃକ୍ଷରୋପଣ ହେଉଛି ଉତ୍ପାଦକ ସରୋଜ ସ୍ୱାଇଁଙ୍କ ଉତ୍ସର୍ଗୀକୃତ ପ୍ରୟାସ ।
୨୦୦୪ ଏବଂ ୨୦୦୮ରେ ଅନୁଷ୍ଠିତ ହୋଇଥିବା ଫ୍ଲୋଭର୍ସ ଅଫ୍ ଇଣ୍ଡିଆ ପ୍ରତିଯୋଗିତାରେ କଫି ବୋର୍ଡ଼ ଅଫ୍ ଇଣ୍ଡିଆରୁ ସ୍ୱୀକୃତି ଲାଭ କରି ବୃକ୍ଷରୋପଣ ପୁରସ୍କାର ପ୍ରାପ୍ତ କଫି ଉତ୍ପାଦନ କରି ଆସୁଛି । ଏହି ଅବସରରେ, ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ମହିଳା ଉଦ୍ୟୋଗୀ ପରିଷଦ ଆବାହକ ସୁକିର୍ତ୍ତୀ ପଟ୍ଟନାୟକ ଏବଂ ସହ-ଆବାହକ ତନୟା ପଟ୍ଟନାୟକ ବ୍ୟବସାୟ ପୁରସ୍କାର ସହ ଅଂଶୀଦାରମାନଙ୍କୁ ଉତ୍ସାହିତ କରିଥିଲେ । ସୁକିର୍ତ୍ତୀ କହିଛନ୍ତି ପ୍ରୀତି ଆମର ଗର୍ବ ଏବଂ ସମସ୍ତ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ପ୍ରକୃତ ପ୍ରେରଣା । ମୁଁ ନିଶ୍ଚିତ ଯେ ଏହି କେଡ଼ିଏଫ୍ ବ୍ରାଣ୍ଡ୍ ଓଡ଼ିଶା ସହ ସାରା ବିଶ୍ୱ ଏହାକୁ ଉତ୍କୃଷ୍ଟ ରୂପେ ଗ୍ରହଣ କରିବ । ସେହିପରି ତନୟା ପଟ୍ଟନାୟକ କହିଥିଲେ ଯେ କେଡ଼ିଏଫ୍ ସହିତ ବ୍ଲୁଟୋକାଇ ସହଯୋଗ ଓଡ଼ିଶାର କଫି ଇଣ୍ଡଷ୍ଟ୍ରି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଆସୁଛି। ଏହି ପ୍ରୟାସ ବହୁତ ଉତ୍ସାହିତ କରୁଛି । ଏହି କାର୍ଯ୍ୟକ୍ରମରେ ଆଇସିସି ମହିଳା କାଉନସିଲର ପ୍ରମୁଖ ସଦସ୍ୟା ତଥା କେଡ଼ିଏଫ୍ର ସହ ପ୍ରତିଷ୍ଠାତା ପ୍ରୀତି ପଲ୍ଲଭି ପଟ୍ଟନାୟକଙ୍କ ଓ ସହପ୍ରତିଷ୍ଠାତା ଅଂଶୁମାନ ରଥ, ଅନ୍ୟ ସହପ୍ରତିଷ୍ଠାତା ଲାବଣେନ୍ଦୁ ଦାସଙ୍କ ସହ ଆଇଏନ୍ ଡ଼ବ୍ଳ୍ୟୁଇସିର ଅନ୍ୟାନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.