www.samajalive.in
Sunday, December 14, 2025
18.1 C
Bhubaneswar

କଣ୍ଟାବାଞ୍ଜି:ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀ ନେଇ ବନ୍ଦ ଶାନ୍ତି ପୂର୍ଣ୍ଣ

କଣ୍ଟାବାଞ୍ଜି -ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବୀ ନେଇ କୋଶଳ ରାଏଜ ମୁକ୍ତି ମୋର୍ଚ୍ଚାପକ୍ଷରୁ ୧୨ଘଣ୍ଟିଆ ବନ୍ଦ ଡାକରା ଶାନ୍ତି ପୂର୍ଣ୍ଣ ଭାବରେ ସଫଳ ହୋଇଛି. ବନ୍ଦ ର ପ୍ରଭାବ ସହର ଠାରୁ ଗ୍ରାମାଞ୍ଚଳରେ ଦେଖା ଯାଇଥିଲା. କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ଏବଂ କୋଶଳ ସେନା ର ଯୁବକମାନେ ବାଇକ ରାଲି କରି ବିଭିନ୍ନ ସ୍ଲୋଗାନ ଦେବା ସହ ଇନ୍ଦିରା ଛକ, ସିଙ୍ଗଲ ପଡା ଛକ, ଭୁତଳ ବାଇପାସ ରାସ୍ତା ଏବଂ ବିଭିହ୍ନ ଛକ ରେ ଟାୟାର ଜାଳି ରାସ୍ତା ଅବରୋଧ କରି ଥିଲେ । ଶତାଧିକ କୋଶଳ ସପକ୍ଷବାଦୀ ଲୋକ ପଦ ଯାତ୍ରା କରି ସହର ର ବିଭହ୍ନ ଗଳି କନ୍ଦି ବୁଲି କୋଶଳ ରାଜ୍ୟ ଗଠନ ପାଇଁ ନାରା ବାଜୀ କରୁ ଥିବା ଦେଖା ଯାଇଥିଲା । ଗତକାଲି କୋଶଳ ରାଏଜ ମୁକ୍ତି ମୋର୍ଚ୍ଚା ତରଫରୁ ଡାକବାଜି ଯନ୍ତ୍ର ଜରିଆରେ ଏହି ୧୨ଘଣ୍ଟିଆ ମହାବନ୍ଦ କୁ ସମର୍ଥନ ପାଇଁ ବିଭିନ୍ନ ଅନୁଷ୍ଠାନକୁ ସହଯୋଗ କରିବା ପାଇଁ ନିବେଦନ କରି ଥିଲେ । ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ, ଶିକ୍ଷନୁଷ୍ଠାନ, ସରକାରୀ, ବେସରକାରୀ କାର‌୍ୟ୍ୟାଳୟକୁ କୋଶଳ ସେନା ବନ୍ଦ କରାଇ ଥିବା ବେଳେ, ସ୍ଥାନୀୟ କୋର୍ଟ, ତହସିଲଦାରଙ୍କ କାର୍ଯ୍ୟାଳୟ, ରାଷ୍ଟ୍ରାୟତବ୍ୟାଙ୍କ ସମବାୟ ବ୍ୟାଙ୍କ, ଗ୍ରାମ୍ୟ ବ୍ୟାଙ୍କ ଆଗରେ ପିକେଟିଙ୍ଗ କରି କୋଶଲି ସେନା ତରଫରୁ ବନ୍ଦ କରାଯାଇଥିଲା । ଦୁଇ ଚକିଆ ଯାନ ସହ ସମସ୍ତ ବସ, ଅଟୋ ରିକ୍ସା, ଚାରି ଚକିଆ ଯାନବାହାନ ଚଳାଚଳ ବନ୍ଦ ରହିଥିଲା ।

ଭୋର ସମୟରେ ଭୁବନେଶ୍ୱର, କଟକରୁ ଆସିଥିବା ଡୀଲକ୍ସ ବସ ସ୍ୱଭାବିକ ଭାବେ ଗନ୍ତବ୍ୟ ପଥ ରେ ଯାଇଥିବା ବେଳେ, ଭୁବନେଶ୍ୱର -ସିନାପାଲିଓ.ଏସ.ଆର. ଟି.ସି. ସରକାରୀ ବସ କୁ ବେଲପଡା ତାରିଣୀ ମନ୍ଦିର ନିକଟ ରେ କୋଶଲବାଦୀ ଯୁବକ ପିକେଟିଙ୍ଗ କରି ଅଟକ ରଖି ଦେବାରୁ,ଯାତ୍ରୀମାନେ ବହୁ ଅସୁବିଧା ଭୋଗ କରିଥିବା ନଜର କୁ ଆସି ଥିଲା । ଏପରିକି ଏହି ବସ ରେ ଆସୁଥିବା ବିଭହ୍ନ ଅଞ୍ଚଳର ଖବର କାଗଜ ବସରେ ରହି ଯିବାରୁ ପାଠକ ମାନଙ୍କ ପାଖରେ ଖବର କାଗଜ ପହଞ୍ଚି ପାରି ନଥିଲା । ଏହି ୧୨ଘଣ୍ଟିଆ ମହାବନ୍ଦ କୁସମର୍ଥନ କରି ଦଳିତ ମଞ୍ଚ, ବଜରଙ୍ଗ ଦଳ ତଥା ବିଭିନ୍ନ କ୍ଲବ ର ଯୁବକ ମାନେ ରାସ୍ତା କୁ ଓହ୍ଲାଇ ଥିବା ଦେଖାଯାଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories