www.samajalive.in
Monday, December 15, 2025
16.1 C
Bhubaneswar

ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଆକ୍ରମଣ, ଥାନାରେ ଏତଲା, ଘଟଣାକୁ ଠିକାଦାର ସଂଘର ନିନ୍ଦା

ଫୁଲବାଣୀ :ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଜନୈକ ଠିକାଦାର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଫୁଲବାଣୀ ଟାଉନ ଥାନାରେ ଅଧୀକ୍ଷଣ ଯନ୍ତ୍ରୀ ପ୍ରିୟବ୍ରତ ସାମନ୍ତରାୟ ଏତଲା ଦେଇଛନ୍ତି । ଅଭିଯୋଗ ପ୍ରକାରେ, ମଙ୍ଗଳବାର ରାତି ପ୍ରାୟ ୧୦.୩୦ ବେଳେ ଜନୈକ ଠିକାଦାର ସୂର୍ଯ୍ୟକାନ୍ତ ପଟ୍ଟନାୟକ ୩/୪ ଜଣଙ୍କ ସହ ମିଶି ଅଧୀକ୍ଷଣ ଯନ୍ତ୍ରୀ ସାମନ୍ତରାୟଙ୍କ ସରକାରୀ ବାସଭବନରେ ପଶି ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଏପରିକି ଗାଡି ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ କରାଯାଇଛି । ପାଖରେ ଥିବା ଫିରିଙ୍ଗିଆ ବ୍ଲକ କନିଷ୍ଠ ଯନ୍ତ୍ରୀ ଶାନ୍ତନୁ କୁମାର ସ୍ବାଇଁ ଏହାର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ସଂପୃକ୍ତ ଠିକାଦାର କୁଆଡେ ଆକ୍ରମଣ କରିଥିଲେ । ଆଜି ଏ ନେଇ ଉଭୟ ଅଧୀକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଟାଉନ ଥାନାରେ ପୃଥକ ଏତଲା ଦେଇଛନ୍ତି। ଅପରପକ୍ଷରେ ଏହି ଘଟଣାକୁ ନେଇ ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଯନ୍ତ୍ରୀମାନଙ୍କ ଉପରେ ଆକ୍ରମଣକୁ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ସଂଘ ଉଦବେଗ ପ୍ରକାଶ କରିଛି । ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରା ନ ଗଲେ ଠିକାଦାର ସଂଘ ପକ୍ଷରୁ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସଭାପତି ଅଭୟ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏ ନେଇ ଟାଉନ ଥାନାରେ ଦୁଇଟି ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଚାଲିଥିବା ସଦର ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୂ କହିଛନ୍ତି। ସୃଚନାଯୋଗ୍ୟ, କିଛି ଦିନ ତଳେ ମଧ୍ୟ ଜଣେ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇ ଥିବା ବେଳେ ପୁଲିସ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇ ପାରି ନାହିଁ।

Hot this week

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

Related Articles

Popular Categories