www.samajalive.in
Sunday, December 14, 2025
16.1 C
Bhubaneswar

ବିଓଆଇ, କେନ୍ଦୁଝର ପକ୍ଷରୁ ୧୧୭ତମ ପ୍ରତିଷ୍ଠା ଦିବସ ପାଳିତ

କେନ୍ଦୁଝର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫ୍‍ ଇଣ୍ଡିଆ, କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ ପରିସରରେ ବ୍ୟାଙ୍କର ୧୧୭ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି ।  ବ୍ୟାଙ୍କ ପକ୍ଷରୁ ଷ୍ଟାର୍‌ ବଣ୍ଡିଙ୍ଗ୍‌ କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦୁଝର ହାୟର ସେକେଣ୍ଡାରୀ ସ୍କୁଲ ପାଠାଗାରକୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିଲା ବେଳେ ଆଦୃତା ଚିଲ୍ଡ୍ରେନ ହୋମକୁ ଗ୍ରୋସରୀ ସାମଗ୍ରୀ ପ୍ରଦାନ କରାଯାଇଥିଲା । ବିଓଆଇ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକଲବ୍ୟ ମଡେଲ ସ୍କୁଲଠାରେ ଚାରା ପ୍ରତିରୋପଣ କରାଯାଇଥିଲା ।

ଭାରତ ସରକାରଙ୍କ “ବେଟି ବଚାଓ, ବେଟି ପଢାଓ” ଅନ୍ତର୍ଗତ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ‘ଷ୍ଟାର ଏଞ୍ଜେଲ୍‌’ ଯୋଜନାର ଶୁଭାରମ୍ଭ ସୁଆକାଟି ଶାଖା ଓ ଚିଲିକା ଶାଖାରେ କରାଯାଇଥିଲା । ଏହି ଯୋଜନା ଅନ୍ତର୍ଗତ ବ୍ୟାଙ୍କର କେନ୍ଦୁଝର ଅଞ୍ଚଳ ଓ ୩୬ ଗ୍ରାମୀଣ ଶାଖା ମାଧ୍ୟମରେ ୧୮୦ଜଣ ଛାତ୍ରୀଙ୍କୁ ୧୨୦୦ଟଙ୍କାର ବାର୍ଷିକ ବୃତ୍ତି ପ୍ରଦାନ କରାଯିବ । ଏହି ଅବସରରେ ବ୍ୟାଙ୍କ ପକ୍ଷରୁ ଏକ ରକ୍ତଦାନ ଶିବିର ଓ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା ଏବଂ ଉପରୋକ୍ତ ଶିବିରରେ ଆଞ୍ଚଳିକ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଶାଖାର କର୍ମଚାରୀମାନଙ୍କ ଦ୍ୱାରା ୩୩ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା ।

- Advertisement -

ଶେଷରେ ସଂସ୍କୃତି ଭବନଠାରେ ବ୍ୟାଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ସମସ୍ତ କାର୍ଯ୍ୟକ୍ରମ କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟର ମୁଖ୍ୟ ତଥା ଆଞ୍ଚଳିକ ପ୍ରବନ୍ଧକ ଉମେଶ କୁମାର ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଉପ-ଆଞ୍ଚଳିକ ପ୍ରବନ୍ଧକ ଅଶୋକ କୁମାର, ଉପ-ଆଞ୍ଚଳିକ ପ୍ରବନ୍ଧକ ମହେନ୍ଦ୍ର ନାଥ ସୋରେନ, ସହାୟକ ମହପ୍ରବନ୍ଧକ ଲଳିତ କୁମାର ମହନ୍ତ ଏବଂ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକ ରବି ନାରାୟଣ ମହାଳିକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories