www.samajalive.in
Sunday, December 14, 2025
19.1 C
Bhubaneswar

ମିଳୁନି ପର୍ଯ୍ୟାପ୍ତ ପରିମାଣର ସାର, ଚିନ୍ତାରେ ଚାଷୀ

ରାମନାଗୁଡା – ଚାଷୀଙ୍କୁ ୟୁରିଆ ସାର ମିଳୁ ନ ଥିବା । ସରକାରୀ ଧାର୍ଯ୍ୟ ମୂଲ୍ୟରେ ୟୁରିଆ ସାର କିଣିବା ପାଇଁ ଲ୍ୟାମ୍ପ ଆଗରେ ଲମ୍ବାଧାଡ଼ି ଲାଗୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ରାମନାଗୁଡା ଲ୍ୟାମ୍ପସରେ। ଲ୍ୟାମ୍ପସରେ ପର‌୍ୟ୍ୟାପ୍ତ ପରିମାଣର ୟୁରିଆ,ଡିଏପି ସାର ଗଚ୍ଛିତ ନଥିବା ଆଦି ଅଭିଯୋଗ କରିଛନ୍ତି ତୁମ୍ବାକଣା ଅଞ୍ଚଳର ଚାଷୀ।ତେବେ ବର୍ତ୍ତମାନ ଗଛରୁ ଧାନ ବାହାରୁଥିବା ବେଳେ ଜଣେ ଚାଷୀ ପିଛା ମାତ୍ର ୨ ପ୍ୟାକେଟ ସାର ମିଳୁଛି, ଯାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ଲ୍ୟାମ୍ପରୁ ସାର ସରିଯାଉଛି, କିନ୍ତୁ ଚାଷୀଙ୍କ ଧାଡ଼ି ସରୁନାହିଁ ।

ଏବେ ରାୟଗଡ଼ା ଜିଲ୍ଳାର ରାମନାଗୁଡା ଲ୍ୟାମ୍ପ ସମ୍ମୁଖରେ ଦେଖିବାକୁ ମିଳୁଛି । ଖରିଫ ଚାଷରେ ଧାନ ରୁଆ ସରିଥିବା ବେଳେ ଏବେ ଚାଷକୁ ଆଗକୁ ବଢାଇବା ପାଇଁ ୟୁରିଆ ସାରର ଆବଶ୍ୟକତା ରହିଛି । ରୁଆ ପରେ ଧାନ ଗଛ ବଡ଼ିବା ପାଇଁ ୟୁରିଆ ସାର ଦରକାର ପଡେ । ହେଲେ ସାର ମିଳୁନଥିବାରୁ ଚାଷୀ ହତାସ ହୋଇଛନ୍ତି । ଲ୍ୟାମ୍ପରେ ସାରର ଅଭାବ ଥିବାରୁ ବଜାରରେ ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ସୋସାଇଟିରେ ୟୁରିଆ ସାର ପ୍ୟାକେଟ ପିଛା ୨୬୬ ଟଙ୍କା ରହିଥିବା ବେଳେ ବାହାରେ ବଜାରରେ ୩୫୦ରୁ ୪୦୦ ଟଙ୍କାରେ ବିକ୍ରି ହେଉଛି । ଲ୍ୟାମ୍ପକୁ ଯେତିକି ସାର ଆସୁଛି ଚାଷୀ ଠିକ ସମୟରେ ନ ଆସିବା କାରଣରୁ ଏପରି ଅସୁବିଧା ହୋଇଥିବା କହିଛନ୍ତି । ରାମନାଗୁଡା ଲ୍ୟାମ୍ପ ଅଧିକାରୀ କହିଛନ୍ତି ଚାଷୀ ବହୁତ ବିଳମ୍ବରେ ଆସିବା ଯୋଗୁ ସାର ଗଚ୍ଛିତ ନଥିବା କହିଛନ୍ତି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories