www.samajalive.in
Sunday, December 7, 2025
26.1 C
Bhubaneswar

ରିଲିଜ୍ ହେଲା ‘ଗୁଡ୍‌ବାୟ’ ଟ୍ରେଲର: ଫିଲ୍ମ ପାଇଁ ବଢିଲା ଦର୍ଶକଙ୍କ ଉତ୍କଣ୍ଠା

ନୂଆଦିଲ୍ଲୀ: ଅମିତାଭ ବଚ୍ଚନ, ନୀନା ଗୁପ୍ତା ଓ ରଶ୍ମିକା ମଣ୍ଡାନାଙ୍କ ଆଗାମୀ ଚଳଚ୍ଚିତ୍ର ‘ଗୁଡ୍‌ବାୟ’ର ବହୁପ୍ରତୀକ୍ଷିତ ଟ୍ରେଲର ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ଫିଲ୍ମ ଉତ୍ତର ଭାରତୀୟ ଦର୍ଶକଙ୍କ ବ୍ୟତୀତ ଦକ୍ଷିଣ ଭାରତୀୟଙ୍କ ପାଇଁ ମଧ୍ୟ ଖାସ୍‌। କାରଣ ‘ଗୁଡ୍‌ବାୟ’ ମାଧ୍ୟମରେ ‘ପୁଷ୍ପା’ ଷ୍ଟାର୍ ରଶ୍ମିକା ମଣ୍ଡାନା ବଲିଉଡରେ ପାଦ ଥାପୁଛନ୍ତି। ଚଳଚ୍ଚିତ୍ରର ପୋଷ୍ଟର ପରି ଏହାର ଟ୍ରେଲର ମଧ୍ୟ ଚମତ୍କାର ଏବଂ ପାରିବାରିକ ଅନୁଭୂତି ଦେଉଛି। ସାମାଜକି ଗଣମାଧ୍ୟମରେ ଏହି ଟ୍ରେଲରକୁ ଖୁବ୍‌ ଭଲ ପ୍ରତିକ୍ରିୟା ମିଳିଛି। ପାରିବାରିକ ସମ୍ପର୍କ ଏବଂ ଏହାର ମୂଲ୍ୟବୋଧକୁ ଏହି ଫିଲ୍ମ ମାଧ୍ୟମରେ ପରଦାରେ ଚିତ୍ରଣ କରାଯିବ।

ଅମିତାଭ ବଚ୍ଚନ ରଶ୍ମିକା ମଣ୍ଡାନାଙ୍କ ପିତା ଭୂମିକାରେ ଅଭିନୟ କରିଥିବା ବେଳେ ନୀନା ଗୁପ୍ତା ତାଙ୍କ ମାଆ ସାଜିଛନ୍ତି। ଏହି ଚଳଚ୍ଚିତ୍ରରେ ପଭେଲ ଗୁଲାଟି, ଅଭିଷେକ ଖାନ, ସାହିଲ ମେହେଟ୍ଟା, ପାୟଲ ଥାପା ଗୁରୁତ୍ବପୂର୍ଣ୍ଣ ଭୂମିକାରେ ନଜର ଆସିବେ। ବିକାଶ ବହଲଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ର ଅକ୍ଟୋବର ୭ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

- Advertisement -

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories