ଅଜଣା ଶବକୁ ସତ୍କାର କଲେ ସ୍ୱେଚ୍ଛାସେବୀ

ସମ୍ବଲପୁର – ସମ୍ବଲପୁରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ସମ୍ବଳ ପକ୍ଷରୁ ଏକ ଅଜଣା ଶବ ସକ୍ରାର କରାଯାଇଛି । ବିଗତ ୩୦ ତାରିଖରେ ସମ୍ବଲପୁର ରେଳବାଇ ପୁଲିସ ଦ୍ୱାରା ରେଙ୍ଗାଲି ଓ ଲପଙ୍ଗା ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣାରୁ ଆନୁମାନିକ ୩୦ ରୁ ୩୫ ବୟସ୍କ ଏକ ଅଜଣା ଯୁବକ ଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା ।

prayash

ଶବକୁ ବ୍ୟବଚ୍ଛେଦ କରାଯାଇ ବୁର୍ଲା ସ୍ଥିତ ଫ୍ରିଜରରେ ୩ ଦିନ ପର୍ଯ୍ୟନ୍ତ ରଖାଯାଇ ମୃତକ ଙ୍କ ପରିଜନଙ୍କୁ ଖୋଜାଯାଇଥିଲା । ତେବେ ମୃତକ ଙ୍କ କୌଣସି ପରିଜନ ନ ଆସିବାରୁ ରେଳବାଇ ପୁଲିସ ପକ୍ଷରୁ ସମ୍ବଳ ସ୍ୱେଚ୍ଛାସେବୀ ଅନୁଷ୍ଠାନ କୁ ଶବ ସତ୍କାର କରିବା ପାଇଁ ଅନୁରୋଧ କରାଯାଇଥିଲା । ଏଣୁ ଶନିବାର ସମ୍ବଳ ଅନୁଷ୍ଠାନର କର୍ମକର୍ତ୍ତା ମାନେ ସ୍ଥାନୀୟ କମଳିବଜାର ସ୍ଥିତ ରାଜଘାଟ ଠାରେ ସମ୍ମାନର ସହିତ ଶବ ସକ୍ରାର କରାଯାଇଛି ।

Comments are closed.